News
WhatsApp Image 2023-10-04 at 17.25.00
samparksetu

ଭୁବନ ସମନୟ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡ଼ି କର୍ମୀ ଙ୍କ ଧାରଣ

ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରସ୍ ଆସୋସିଏସନ୍ ଡାକରାରେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସମନୟ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଠାରେ ଅଙ୍ଗନୱାଡ଼ି କର୍ମୀ ମାନେ ଆଠ ଦଫା ଦାବି ନେଇ ଧାରଣା ଦେଇଥିଲେ ।

ବିଭିନ୍ନ ସମସ୍ୟା କୁ ନେଇ ବର୍ତ୍ତମାନ ଅଙ୍ଗନୱାଡ଼ି ସଂଘ ପ୍ରତ୍ୟେକ ବ୍ଲକ ରେ ଧାରଣ ଦେଉଛନ୍ତି । ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଆଠ ଦଫା ଦାବି ମଧ୍ୟ୍ୟ ରେ ଅଙ୍ଗନୱାଡ଼ି କର୍ମୀ ଙ୍କୁ ସରକାରୀ ମାନ୍ୟତା , ମାସିକ ୧୮ ହଜାର ଟଙ୍କା ଦରମା ଓ ସହାୟିକା ଙ୍କୁ ୯ ହଜାର ଟଙ୍କା ବେତନ ପ୍ରଦାନ। ମିନି ଅଙ୍ଗନୱାଡ଼ି ଙ୍କୁ ମୁଖ୍ୟ ଅଙ୍ଗନୱାଡ଼ି ଭାବେ ଘୋଷଣା କରିବା କର୍ମୀ ଙ୍କୁ ଇ.ପି.ଏଫ୍ , ଇଏସ୍ ଆଇସି ଓ ଗ୍ରାଜୁ ଇଟି ଲାଗୁ କରିବା ,ସମସ୍ତ ଙ୍କୁ ପ୍ରି – ପ୍ରାଇମେରି ଶିକ୍ଷୟତ୍ରୀ ମାନ୍ୟତା ପ୍ରଦାନ କରିବା।

ସହାୟିକା ମାନଙ୍କୁ ଅଗ୍ରାଧିକାର ଭିତ୍ତିକ ଅଙ୍ଗନୱାଡ଼ି ଭାବରେ ପଦ ଉନ୍ନତି ୫୦ ଭାଗ ବାହାରୁ ସିଧା ଭାବରେ ନେଉଥିବା ସୁପର ଭାଇଜର ପଦବୀକୁ ଗ୍ରାଜୁଏଟ ବା ତା ଠାରୁ ଅଧିକ ଯୋଗ୍ୟତା ଥିବା କର୍ମୀଙ୍କୁ ପଦୋନ୍ନତି ଦିଆଯାଉ। ଅଙ୍ଗନୱାଡ଼ି କର୍ମଚାରୀ ଓ ସହାୟିକାଙ୍କୁ ଅବସର କାଳୀନ ସହାୟତା ରାଶି ୫ ଲକ୍ଷ ଟଙ୍କା ଓ ପେନସନ ମାସିକ ୫ ହଜାର ଟଙ୍କା ପ୍ରଦାନ କରାଯାଉ।

କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ବାରଣ କଲେ କର୍ମଚାରୀଙ୍କୁ ମୃତ୍ୟୁ କାଳୀନ ସହାୟତା ରାଶି ୫ଲକ୍ଷ ଟଙ୍କା ଦେବା ସହ ପରିବାର ର ଜଣଙ୍କୁ ଚାକିରି ପ୍ରଦାନ କରିବା, ଗାଁ କଲ୍ୟାଣ ସମିତି ରୁ ଅଙ୍ଗନୱାଡ଼ି କର୍ମଚାରୀଙ୍କୁ ବାଦ ଦିଆ ଯିବା ଓ ପୋଷଣ ଟ୍ରାକର ଅନଲାଇନ୍ ଲୋକେସନ୍ କୁ ବନ୍ଦ କରାଯିବା ସହିତ ୨୦୧୮ରେ ଘୋଷଣା କରାଯାଇଥିବା ଗ୍ରୀଷ୍ମ ଅବକାଶ କୁ ଲାଗୁ କରାଯାଉ। ଏ ନେଇ ଜିଲ୍ଲାଉପ ସଭାପତି ପାର୍ବତୀ ରାଉତ ଙ୍କ ସହଯୋଗ ରେ ସୁନିତା କୁଅଁର ଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

new life
You might also like
error: Content is protected !!