News
WhatsApp Image 2023-10-04 at 17.25.00
samparksetu

ଏନ.ସି.ସି ଦିବସ ପାଳିତ

ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ପରିସରରେ ବାଳିକା ସମର ଶିକ୍ଷାର୍ଥୀ ବାହିନୀର ୟୁନିଟ ପକ୍ଷରୁ ୭୪ ତମ ଏନ.ସି.ସି ଦିବସ ପାଳିତ ହୋଇଯାଇଛି ।

ଏନ.ସି.ସି ଅଧିକାରିଣୀ ଦୀପାରାଣି ସାମଲ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥି ଭାବେ ଅଧକ୍ଷ ଅଜିତ କୁମାର ବେହେରା , ମୋ କଲେକ ଅଭିଯାନର ସଂଯୋଜକ ପ୍ରଭାତ କୁମାର ଜେନା , ମୁଖ୍ୟ କିରାଣି କୈାଳସ ଚନ୍ଦ୍ର ବେହେରା ଯୋଗ ଦେଇ ବାଳିକା ମାନେ ଏନ.ସି.ସିରେ ଭାଗ ନେଇ ଆତ୍ମରକ୍ଷା ଶିକ୍ଷା ସହିତ ଦେଶ ମାତୃକାର ରକ୍ଷା ନିମନ୍ତେ ବ୍ରତି ହେବା ପରାମର୍ଶ ଦେଇଥିଲେ ।

ଛାତ୍ରୀ ମାନେ ଦେଶାତ୍ମବୋଧକ ଗୀତର ତାଳେ ତାଳେ ଧୁମ ନାଚି ନଚାଇ ୭୪ତମ ଏନ.ସି,ସି ଦିବସ ପାଳନ କରିବା ସହ ଦେଶ ସେବାରେ ବ୍ରତି ହେବାକୁ ଗ୍ରୁପ କମାଣ୍ଡର ମୋନାଲିସା ନାୟକଙ୍କ ନେତୃତ୍ୱରେ ଶପଥ ନେଇଥିଲେ । ପ୍ରଜ୍ଞା ପରମିତା ଗାହାନ ଧନ୍ୟବାଦ ଅର୍ପଣ କରିଥିଲେ ।

new life
You might also like
error: Content is protected !!