News
WhatsApp Image 2023-10-04 at 17.25.00
samparksetu

ଜନତା କଲେଜରେ ନଵାଗତ ଛାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ତ ଜନତା ମହାବିଦ୍ୟାଳୟ ପରିସର ରେ ସୋମବାର ସଂସ୍କୃତ ସମ୍ମାନ ବିଭାଗ ପକ୍ଷରୁ ବ ନବାଗତ ଛାତ୍ର ଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

ବିଭାଗର ମୁଖ୍ୟ ପ୍ରଧ୍ୟାପକ ଡ. କୁମାର ଚନ୍ଦ୍ର ସାହୁଙ୍କ ପୌରହିତ୍ୟରେ ଅନୁଷ୍ଟିତ ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧାଶୁଂ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତ୍ୟକ ଜଣେ ଜଣେ ଆଦର୍ଶ ଛାତ୍ର ଛାତ୍ରୀ ହୋଇ ମହାବିଦ୍ୟାଳୟକୁ ଗୌରବାନ୍ୱିତ କରିବାକୁ ପରାମର୍ଶ ପ୍ରଦାନ କରିଛନ୍ତି ।

ଉକ୍ତ କାର୍ଯ୍ୟକ୍ରମର ଇତିହାସ ବିଭାଗ ମୁଖ୍ୟ ପ୍ରଧ୍ୟାପକ ମହେଶ୍ୱର ପଟନାୟକ , ସାହିତ୍ୟ ବିଭାଗ ମୁଖ୍ୟ ପ୍ରଧ୍ୟାପିକା ଡ. ଶୁଭଲକ୍ଷ୍ମୀ ପଟନାୟକ , ରାଜନିତି ବିଜ୍ଞାନ ମୁଖ୍ୟ ଅଧ୍ୟାପିକା ବିଭାବତୀ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନବାଗତ ଛାତ୍ର ଛାତ୍ରୀଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ । ୨ୟ ବର୍ଷର ଛାତ୍ରୀ ବିଦ୍ୟୁତ ପ୍ରଭା ମହାପାତ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ,ଏହି ଅବସର ରେ ୨ୟ ଓ ୩ୟ ବର୍ଷର ଛାତ୍ର ଛାତ୍ରୀ ମାନେ ନବାଗତଙ୍କୁ ପୁଷ୍ପଗୁଛ ଦେଇ ନିଜ ବିଭାଗକୁ ସ୍ୱାଗତ କରିଥିଲେ । ପରିଶେଷରେ ବିଭାଗିୟ ଅଧ୍ୟାପକ କବିରାଜ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

new life
You might also like
error: Content is protected !!