News
WhatsApp Image 2023-10-04 at 17.25.00
samparksetu

ଲୁଟ ଘଟଣାରେ ୫ ଗିରଫ !

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ବାଲିମି ଥାନା ଅନ୍ତର୍ଗତ କୁକୁଟା ଚିତଲପୁର ରାସ୍ତାର କୁକୁଟା ଜାତ୍ରା ପଡିଆ ନୁକଟରୁ ଗତ ୨୫ ତାରିଖ ଦିବା ୨ ଘଟିକା ସମୟରେ ଜଣେ ଫାଇନାନ୍ସ କର୍ମଚାରୀ ଙ୍କ ଠାରୁ ଚୋରି ଘଟଣାରେ ବାଲିମି ପୋଲିସ୍ ୫ ଜଣ ଙ୍କୁ ଧରିବାରେ ସଫଳ ହେବା ସହ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ ଗତ, ୨୫ ତାରିଖ ଦିବା ୨ ଘଟିକା ସମୟରେ ଭାରତ ଫାଇନାନ୍ସ ଖଜୁରିଆକଟା ଶାଖା ର କଲେକ୍ସନ ଏଜେଣ୍ଟ୍  ବିଶ୍ବଜିତ ବାରିକ ରାସୋଳ ଅଂଚଳରୁ ଗ୍ରୁପ ମାନଙ୍କରୁ ୯୭ ହଜାର ୫୦୦ ଟଂକା କଲେକସନ୍ କରି ଖଜୁରିଆକଟା ଶାଖା କୁ ଫେରୁଥିବା ସମୟରେ କୁକୁଟା ଯାତ୍ରା ପଡିଆ ପାଖରେ ଯୋଜନା ମୁତାବକ ୭ ଜଣ ଯୁବକ ମାରଣାସ୍ତ୍ର ଦେଖାଇ ତାଙ୍କୁ ଆକ୍ରମଣ କରି ସମସ୍ତ ଟଙ୍କା ଛଡାଇ ନେଇଥିଲେ ।

ଏ ନେଇ ବିଶ୍ବଜିତ ବାଲିମି ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଢେଙ୍କାନାଳ ଏସପି ଏଲ. ଦିବ୍ୟା ଭି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହିନ୍ଦୋଳ ଉପଖଣ୍ତ ପୋଲିସ ଅଧିକାରୀ ଦିପକ ଜେନା ବାଲିମି ଥାନାଧିକାରୀ ବ୍ରହ୍ମାନନ୍ଦ ପାତ୍ର ଓ ରାସୋଳ ଥାନାଧିକାରୀ ବିଜୟ କୁମାର ହାଇବୃଙ୍କ ମିଳିତ ଛାନଭିନ ପରେ ବିରିପୁଟ ସାହି , ଖଇରାବାହାଳି , ଅସରଡା ଗ୍ରାମରୁ ଜଣେ ଲେଖାଏଁ ଓ ନୂଆପାଟଣା ଗ୍ରାମରୁ ଦୁଇ ଜଣ ,ଏହିପରି ମୋଟ ୫ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା ।

ସେମାନଙ୍କ ପାଖରୁ ନଗଦ ୩୦ ହଜାର ୫୦୦ ଟଂକା ,୪ ଟି ବାଇକ ଓ ୩ ଟି ମୋବାଇଲ ଫୋନ ଜବତ କରିଛି । ୫ ଅଭିଯୁକ୍ତ ଗତକାଲି ରବିବାର ଗିରଫ ପରେ ପଚରା ଉଚରା କରି ଘଟଣାର ସତ୍ୟା ସତ୍ୟ ଅନୁସନ୍ଧାନ ପରେ ଆଜି ସୋମବାର ସମସ୍ତ ଅଟକ ୫ଜଣଙ୍କୁ କୋର୍ଟଚାଲାଣ କରାଯାଇଛି ।

ଘଟଣାରେ ସଂପୃକ୍ତ ୭ ଜଣ ଙ୍କ ମଧ୍ୟରୁ ଖୁବ ଶୀଘ୍ର ଆଉ ୨ ଜଣ ଙ୍କୁ ଗିରଫ କରାଜିବ ବୋଲି ବାଲିମି ପୋଲିସ ସୂଚନା ଦେଇଛି । ଏମାନେ ସମସ୍ତେ ପେସାଦାର ଚୋର ହୋଇଥିବା ଜଣାପଡିଛନ୍ତି । ୨ ଜଣ ଜାନୁୟାରୀ ମାସ ରେ ରାସୋଳ ଗ୍ରାମ୍ୟ ବ୍ୟାଙ୍କ ଚୋରି ଘଟଣା ରେ ଗିରଫ ହୋଇଥିବା ସମୟରେ ଉକ୍ତ ଲୁଟ ଘଟଣାରେ ୨୧୭/ ୨୨ ରେ ଏକ ମାମଲା ପଞ୍ଜିକୃତ କରାଯାଇଛି ।

new life
You might also like
error: Content is protected !!