News
WhatsApp Image 2023-10-04 at 17.25.00
samparksetu

ଟ୍ରେନ୍‌ରେ ଚାପିହୋଇ ବୃଦ୍ଧ ଗୁରୁତର !

ଟ୍ରେନ୍‌ରେ ଚାପିହୋଇ ଜଣେ ବୃଦ୍ଧ ଗୁରୁତର ହୋଇଥିବା ସୂଚନା । ଢେଙ୍କାନାଳ ଶ୍ୟାମାଚରଣପୁର ପିଏଚ ରେ ଟ୍ରେନରେ ଚାପି ହୋଇ ଜଣେ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ , ସଦର ଥାନା ଅନ୍ତର୍ଗତ ମହାପଦା ଗ୍ରାମର ଚତୁର୍ଭୁଜ ନାଥ ତାଙ୍କ ସ୍ତ୍ରୀ ଙ୍କୁ ଶ୍ୟାମଚରଣପୁର ଷ୍ଟେସନ କୁ ଛାଡ଼ିବାକୁ ଆସିଥିଲେ ।ସେଠାରେ ଟ୍ରେନରେ ତାଙ୍କୁ ବ୍ୟାଗ ଦେବା ସମୟରେ ତାଙ୍କ ଗୋଡ଼ ଖସିଯିବା ଫଳରେ ପାଦଟି ଚକା ତଳକୁ ପଶିଯାଇଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ପାଦ ଟି କଟିଯାଇଥିବା ସୂଚନା ମିଳିଛି।

new life
You might also like
error: Content is protected !!