News
WhatsApp Image 2023-10-04 at 17.25.00
samparksetu

ବେଆଇନ ପଥର ଖନନ,କ୍ରସର ଓ ମୋରମ ଚାଲାଣ ବନ୍ଦ ଦାବି ନେଇ ଜିଲ୍ଲାପାଳ ଙ୍କ ଅଫିସ ଘେରିଲେ

ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ନିହଲପ୍ରସାଦ ରେ ବେଆଇନ ଭାବରେ ଗଢିଉଠିଥିବା କ୍ରସର ,ପଥର ଖନନ ଏବଂ ମୋରମ ଚାଲାଣକୁ ବନ୍ଦ କରିବାକୁ ଗ୍ରାମବାସୀ ମାନେ ଜିଲ୍ଳାପାଳଙ୍କ ନିକଟରେ ଦାବି କରଛନ୍ତି ।ସାତ ଦନି ମଧ୍ୟରେ ପଦକ୍ଷେପ ଗ୍ରହଣ କରାନଗଲେ ଯାଜପୁର-ଢେଙ୍କାନାଳରାସ୍ତା ଅବରୋଧ କରିବାକୁ ଲିଖିତ ଭାବରେ ଚେତାବନୀ ଦେଇଛନ୍ତି ।

ଅଭିଯୋଗ ଅନୁସାରେ ଗ୍ରାମର ସ୍ବର୍ଗତ ଗୋକୁଳ।ନନ୍ଦ ସାହୁଙ୍କ ପୁଅ ଅଜିତ କୁମାର ସାହୁ ଏନଓସି ଥ।ଇ ଗୋଟିଏ କ୍ରସର ଚାଲୁରଖିଥିବାବେଳେ ବେଆଇନ ଭାବରେ ଆଉ ଦୁଇଟି କ୍ରସର ଚଳାଇଛନ୍ତି । ବସ୍ତିଠାରୁ ମାତ୍ର ଶହେ ମିଟର ଦୂରତାରେ କିପରି ଅନୁମତି ପ୍ରଦାନ କରାଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଅନୁମତି ନଥାଇ ହାଇୱା ଗାଡି ଯାତାୟତ କରୁଛି ।

ରାସ୍ତାରେ ପାଣି ପଡୁନଥିବା ବେଳେ ଧୂଳି ଉଠି ଘର ବାଡି ଚାରିଆଡେ ପ୍ରବେଶ କରୁଛି । ନିହଲପ୍ରସାଦ ମେଟାଲ-୧ ଖାତା ନଂ ୧୫୧୩,ପ୍ଲଟ ନଂ ୨୧୦୧ରେ ବ୍ଲାଷ୍ଟିଂ କରିବା ଦ୍ୱାରା ଶବ୍ଦ ପ୍ରଦୁଷଣ ସହିତ ମୃଦୁ ଭୂମିକମ୍ପ ସୃଷ୍ଟି ହେଉଛି । ପାହାଡଟି ଗ୍ରାମ ନିକଟରେ ଥିବା ବେଳେ ବଡ ବଡ ଖାଲ ହୋଇ ଆମୋନିଆ ପାଣି କୂଅ ପୋଖରୀରେ ପ୍ରବେଶ କରିବା ଦ୍ୱାରା ଅନେକ କିଡିନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି ।

ନିହଲପ୍ରସାଦ ମୌଜାରୁ ଦୈନିକ ଶହ ଶହ ଟ୍ରିପ ମେଟାଲ ଚାଲାଣ ହେଉଥବା ବେଳେ ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଇ ଜମି ନେଇ ରାଇସ ମିଲ କରିଥିବାର ଅଭିଯୋଗ ହୋଇଛି ।ଜିଲ୍ଲାପାଳ ଏ ଦିଗରେ ପଦକ୍ଷେପ ନେବାକୁ ଗ୍ରାମର ପୁର୍ବତନ ସରପଞ୍ଚ ତାପସ କୁମାର ସାହୁ,ସଞ୍ଜତି ଧଳ,କ୍ଷୀରୋଦ ମହାନ୍ତି,କୁନା ବିଶ୍ୱାଳ ଙ୍କ ସହିତ ଶତାଧିକ ଗ୍ରାମବାସୀ ଜିଲ୍ଲା ପାଳଙ୍କ ନିକଟରେ ଦାବି କରିଛନ୍ତି ।

new life
You might also like
error: Content is protected !!