News
WhatsApp Image 2023-10-04 at 17.25.00
samparksetu

ସିରିଜ୍ ଦୁର୍ଘଟଣା ଘଟାଇଲା କାର , ଭିତରେ ଥିଲା ଲକ୍ଷାଧିକ ଟଙ୍କାର ଦେଶୀ ମଦ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଜୁବୁଲି ଟାଉନ କଦମ ଛକରେ ସିରିଜ୍ ଦୁର୍ଘଟଣା। ଏକ ମଦ ଭର୍ତ୍ତି କାର୍ ୪ ଜଣଙ୍କୁ ଦୁର୍ଘଟଣା ଘଟାଇ ଫେରାର୍ ହେବାକୁ ବସିଥିବା ବେଳେ ସ୍ଥାନୀୟ ଲୋକେ କାର୍‌ଟିକୁ କାବୁ କରିଛନ୍ତି। ତେବେ ଗାଡି ଚାଳକ ଓ ମଦ ମାଫିଆ ଘଟଣା ସ୍ଥଳରୁ ଫେରାର୍ ହୋଇଯାଇଛନ୍ତି।

ସୂଚନା ଅନୁଯାୟୀ, ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଜୁବୁଲି ଟାଉନ କଦମ ଛକରେ ଏକ ମଦ ଭର୍ତ୍ତି କାର୍ ସିରିଜ୍ ଦୁର୍ଘଟଣା ଘଟାଇଛି। ଦୁର୍ଘଟଣା ଘଟାଇ କାର୍‌ଟି ଫେରାର୍ ହେବାକୁ ବସିଥିବା ବେଳେ ସ୍ଥାନୀୟ ଲୋକେ କାର୍‌ଟିକୁ ଅଟକାଇ ଟାଉନ ଥାନା ପୋଲିସ ଜିମା ଦେଇଛନ୍ତି। ଦୁର୍ଘଟଣା ଘଟାଇଥିବା କାର୍‌ରୁ ପୋଲିସ ୭ଟି ବସ୍ତାରେ ଭର୍ତ୍ତି ଲକ୍ଷାଧିକ ଟଙ୍କାର ଦେଶୀ ମଦ ଜବତ କରିଛି। ଏହି ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି।

new life
You might also like
error: Content is protected !!