News
WhatsApp Image 2023-10-04 at 17.25.00
samparksetu

ଗ୍ରାସରୁଟ ହକି ଚାମ୍ପିଆନ ସିପ୍ ଉଦଯାପିତ

ଢେଙ୍କାନାଳ ସହର ସ୍ଥିତ ମୁଖ୍ୟ ଷ୍ଟାଡିୟମରେ ଟାଟା ନାଭାଲ ସେଣ୍ଟର ଏବଂ ଜିଲ୍ଲା ପ୍ରଶାସନ ତରଫରୁ ଚାଲିଥିବା ୧୪ ବର୍ଷରୁ କମ୍ ଗ୍ରାସରୁଟ ଚାମ୍ପିଆନସିପ ହକି ଟୁର୍ଣ୍ଣ।ମେଣ୍ଟ ଉଦଯାପିତ ହୋଇଯାଇଛି ।

ବୁଧବାର ଅନୁଷ୍ଠିତ ଦ୍ଵିତୀୟ ରନର୍ସଅପ ମ୍ୟାଚ ସମ୍ବଲପୁର ମଝିପଡା ଏବଂ ସୁନ୍ଦରଗଡ କାଦବାହାଲ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ କାଦବାହାଳ ବିଜୟୀ ହୋଇଥିଲା । ସେହିପରି ଫାଇନାଲ ମ୍ୟାଚ ସୁନ୍ଦରଗଡ ଗୁରୁଣ୍ଡିଆ ଏବଂ ଦେବଗଡର କରଡାପାଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ସୁନ୍ଦରଗଡ ଗୁରୁଣ୍ଡିଆକୁ ପରାଜିତ କରି ଚାମ୍ପିଆନ ଓ କରଡାପାଳ ରନର୍ସଅପ ହୋଇ ପୁରସ୍କାର ଗ୍ରହଣ କରିଛି ।

ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗ ଦେଇଥିଲେ ।

ଏହି ଟୁର୍ଣ୍ଣ।ମେଣ୍ଟ ତିନିଦିନ ଧରି ଅନୁଷ୍ଠିତ ହୋଇଥିବା ବେଳେ ହକି ପ୍ରଶିକ୍ଷକ ବାବୁଲା ପ୍ରସାଦ ମହାନ୍ତି,ସାଇ ପ୍ରସାଦ ଦଳେଇ,କ୍ରୀଡା ଏବଂ ଯୁବସେନା ପ୍ରଶିକ୍ଷକ ଫୋରେସିଆ ଏକା ଏବଂ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦିପ୍ତ କୁମାର ମହାନ୍ତି ପରିଚାଳନା କରିଥିଲେ ।

new life
You might also like
error: Content is protected !!