News
WhatsApp Image 2023-10-04 at 17.25.00
samparksetu

କାଉନସିଲରଙ୍କ ଅକାଳ ବିୟୋଗ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ର ଜଣେ କାଉନସିଲରଙ୍କ ଆଜି ଅକାଳ ବିୟୋଗ ଘଟିଛି । ସୂଚନା ଅନୁଯାୟୀ , ହିନ୍ଦୋଳ ଏନଏସି ୮ନଂ ୱାର୍ଡ ର ବିଜେଡି କାଉନସିଲର ତଥା ପଟଣା ଗ୍ରାମର କାଳିଆ ସାହୁଙ୍କ ଧର୍ମପତ୍ନୀ ଶ୍ରୀମତୀ ରଶ୍ମିତା ସାହୁ ଙ୍କର ଆଜି ଭୋର ସମୟରେ ପରଲୋକ ହୋଇଯାଇଛି ।

ସ୍ବର୍ଗତା ରଶ୍ମିତା କିଛିଦିନ ଧରି ଅସୁସ୍ଥ ଥିବା ବେଳେ ସ୍ୱମୀ ଓ ଦୁଇ ନାବାଳକ ପୁଅଝିଅଙ୍କୁ ଛାଡି ଚାଲିଯାଇଛନ୍ତି ।ଖବରପାଇ ହିନ୍ଦୋଳର ମାନ୍ୟବର ବିଧାୟିକା ଶ୍ରୀମତୀ ସିମାରାଣୀ ନାୟକ ତାଙ୍କର ଶୋକବାର୍ତ୍ତା ରେ ଗଭୀର ଶୋକପ୍ରକାଶ କରିବା ସହ ସମବେଦନା ଜଣାଇ ଏହା ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।

ରଶ୍ମିତା ସାହୁଙ୍କର ବିୟୋଗ ଖବରପାଇ ଢେଙ୍କାନାଳ ଜିଲ୍ଲା ଯୁବବିଜେଡି ସମ୍ପାଦକ ତଥା ହିନ୍ଦୋଳ ଏନଏ ସି କାଉନସିଲର ପ୍ରଦ୍ୟୁମ୍ନ ବେହେରା, ଏନ ଏ ସି କାର୍ଯ୍ୟକାରୀ ଅଧ୍ୟକ୍ଷ ଟିମା ବେହେରା, ଏନ ଏ ସି ଯୁବବିଜେଡି ସଭାପତି ରୁଦ୍ରନାରାୟଣ ପ୍ରସାଦ ଦାସ,ବିଜେଡି ନଗର ସଭାପତି ଗୋବିନ୍ଦ ବେହେରା,ବିଜେଡ଼ି ଜିଲ୍ଲା ସମ୍ପାଦକ ତପନ ପରିଡା,କାଉନସିଲର ପ୍ରଦୀପ ବେହେରା, ଇନାୟତତୁଲ୍ଲା ଖାଁ ପ୍ରମୁଖ ତାଙ୍କର ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶେଷକୃତ୍ୟରେ ଯୋଗ ଦେଇଥିଲେ ।

new life
You might also like
error: Content is protected !!