News
WhatsApp Image 2023-10-04 at 17.25.00
samparksetu

ରାସ୍ତା ପାର ହେବା ସମୟରେ ଚାପିଦେଲା ବସ ; କ୍ଷତି ପୁରଣ ଦାବିରେ ରାସ୍ତାରୋକ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ବି ଆର ଜି ନିକଟରେ ଏକ ବସ ଧକ୍କା ରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ ଆଜି ସକାଳ ସମୟରେ କୁରୁଣ୍ଟି ଗ୍ରାମର ଯାତ୍ରୀ ସାହୁ (୫୫)ବି ଆର ଜି ଛକ ରାସ୍ତା ଉପର ପାର୍ଶ୍ଵ କୁ ପାର ହେବା ସମୟରେ ଅନୁଗୁଳ ପାର୍ଶ୍ଵ ରୁ ନୀଳକଣ୍ଠ ନାମକ ଏକ ବସ ତାଙ୍କୁ ଧକ୍କା ଦେଇଥିଲା ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ତାଙ୍କର ମୃତ୍ୟୁ ପରେ ଘଟଣା ସ୍ଥଳରେ ଉତ୍ତେଜନା ବୃଦ୍ଧି ପାଇବା ସହ ଜାତୀୟ ରାଜପଥ କୁ ଗ୍ରାମବାସୀ ମାନେ ଅବରୋଧ କରିଥିଲେ । ଦୁର୍ଘଟଣା ରେ ଚାରି ଘଣ୍ଟା ରୁ ଉର୍ଦ୍ଧ ସମୟ ରାସ୍ତା ରୋକ ହୋଇଥିଲା |ଶେଷରେ ରେଡକ୍ରସ ପାଣ୍ଠିରୁ ୧୦ହଜାର ଏବଂ ଶିଳ୍ପପତି ଗଙ୍ଗାଧର ସାମଲ ୨୫ ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣା ପରେ ଆନ୍ଦାଳନ ପ୍ରତ୍ୟାହାର ହୋଇଥିଲା ।

new life
You might also like
error: Content is protected !!