News
WhatsApp Image 2023-10-04 at 17.25.00
samparksetu

ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କଡାସୋଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଜି ବ୍ଲକ ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ବ୍ଲକ ର ୩୦ଟି ହାଇସ୍କୁଲ ଓ ୫୫ଟି ପ୍ରାଥମିକ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।

ତେବେ ମୋଟ ୧ଶହ ରୁ ଉର୍ଦ୍ଧ ଯଥା ସ୍ୱାସ୍ଥ୍ୟ, ଶିକ୍ଷା, ଭଳି ବିଭିନ୍ନ ଉର୍ନତ ମାନର ପ୍ରୋଜେକଟ ଛାତ୍ର ଛାତ୍ରୀ ମାନେଏହି ମେଳାରେ ପ୍ରଦର୍ଶନ କରିଥିଲେ । ଏହି ମେଳାରେ ବ୍ଲକ ଅଧକ୍ଷା ଶର୍ମିଷ୍ଠା ଦଳ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ, ଅଧ୍ୟପକ ବିକାଶ କୁମାର ପ୍ରଧାନ ମୁଖ୍ୟ ବକ୍ତା ,ସମ୍ମାନିତ ଅତିଥି ଅତିଥି ଭାବେ ବିଡ଼ିଓ ସଂଗ୍ରାମ କେଶରୀ ଭୋଳ ଓ ସଭାପତି ଭାବେ ବ୍ଲକ ଶିକ୍ଷା ଅଧିକାରୀ ହରିହର ଦେହୁରୀ ଉପସ୍ଥିତ ରହି ମେଳକୁ ଉଦଘାଟନ କରିଥିଲେ ।

ତେବେ ପରିଶେଷରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷା ଅଧିକାରୀ ହରିହର ଦେହୁରୀ, ସନମାନିତ ଅତିଥି ଭାବେ କଙ୍କଡାସୋଡ଼ା ସରପଞ୍ଚ ଦିବ୍ୟ ଭାରତୀ ସିଂହଁ, ସଭାପତି ଭାବେ କଙ୍କଡାସୋଡ଼ା ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଦେବରାଜ ରାଉତ ଉପସ୍ଥିତ ରହି କୃତିତ୍ୱଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରମାଣ ପତ୍ର ବିତରଣ କରିଥିଲେ ।

new life
You might also like
error: Content is protected !!