News
WhatsApp Image 2023-10-04 at 17.25.00
samparksetu

ଯୁବକଙ୍କ ମୃତଦେହ ଉଦ୍ଧାର ,ହତ୍ୟା ଅଭିଯୋଗ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ମଠକରଗୋଳା ଆରଡି ରାସ୍ତା ନିକଟରୁ ରବିବାର ସକାଳୁ ଜଣେ ଯୁବକଙ୍କ ମୃତ ଦେହ ପଡିବା ସହିତ ପାଖରେ ଗୋଟିଏ ବାଇକ ପଡିଥିଲା।

ପୋଲିସ ତଦନ୍ତରୁ ମୃତକ କାମାକ୍ଷାନଗର ଥାନା ଅନ୍ତର୍ଗତ ବାଲିିସାହି ଗ୍ରାମର ସତ୍ୟବ୍ରତ ନାୟକ ବୋଲି ଜଣାପଡିଥିଲା ।ବାଇକ ସହିତ ରାସ୍ତା ତଳକୁ ସତ୍ୟବ୍ରତ ମୃତ ଅବସ୍ଥାରେ ପଡି ରହିଥିବା ଲୋକେ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ ।

ପରିବାର ଲୋକେ ପହଂଚି କାମାକ୍ଷାନଗର ଥାନା ପୋଲିସ କୁ ଖବର ଦେବା ସହିତ ମେଡ଼ିକାଲ କୁ ଆଣିଥିଲେ ।ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ତାଙ୍କୁ କେହି ହତ୍ୟା କରିଥାଇ ପାରେ ।ସେହି ଅଂଚଳର ଜଣେ ଯୁବତୀଙ୍କୁ ସେ ଭଲ ପାଉଥିଲେ ଆଉ ଯୁବତୀଙ୍କ ପରିବାର ଲୋକେ ଏହାକୁ ବିରୋଧ କରୁଥିବା ବେଳେ ତାହାକୁ ନେଇ କେହି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ।

ଏହା ଉପରେ କାମାକ୍ଷାନଗର ଥାନା ପୋଲିସ ତଦନ୍ତ ଜାରି ରଖିଛି । ଏ ନେଇ କାମାକ୍ଷାନଗର ଏସ୍ଡିପିଓ ରଂଜନ କୁମାର ଦେ କୁୁହନ୍ତି ଏ ନେଇ କାମାକ୍ଷାନଗର ଥାନା କେସ ହୋଇଛି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ।

new life
You might also like
error: Content is protected !!