News
WhatsApp Image 2023-10-04 at 17.25.00
samparksetu

ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ର ୫ ଦଫା ଦାବି ; ୨୧ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ନିଷ୍ପତି

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ଶ୍ରୀ ରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଓଡିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କ ମାଧ୍ୟମରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ବିଭିନ୍ନ ବିଭାଗ ଅଧିନରେ ଥିବା ସମସ୍ତ କର୍ମଚାରୀ ପରି ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ କ୍ୟାଡର ପୁନର୍ଗଠନକରି ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀଙ୍କ ଚାକିରୀ କାଳରେ ସର୍ବନିମ୍ନ ୪ଟି ପଦୋନ୍ନତି , ଗତ ୨୦୨୦ ମସିହା ନଭେମ୍ବର ୩ ତାରିଖରେ ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଗ୍ରେଡ ପେ ପ୍ରଦାନ, ୨୦୧୩ ମସିହାରେ ଜିଏ ଓ ପିଜି ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ଠିକା ବ୍ୟବସ୍ଥା ଉଚ୍ଛେଦ ଭଳି ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ମାନଙ୍କ କ୍ଷେତ୍ରରେ ୨୦୦୪ ରୁ ୨୦୧୩ ମସିହା ମଧ୍ୟରେ ଏବଂ ଆରଭିଆର୍ଟରେ ଠିକା କର୍ମଚାରୀ ମାନଙ୍କ ପାଇଁ ମୂଳ ଚାକିରୀରେ ଗଣନା କରି ୬ଟି ଇକ୍ରିମେ ପ୍ରଦାନ,ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଏବଂ ସ୍ୱାସ୍ଥ୍ୟ ପରିଦର୍ଶକ ପଦବୀର ନାମ ପରିବର୍ତ୍ତନ ସହିତ ବାର୍ଷିକ ୫ ହଜାର ଟଙ୍କା ,ପୋଷାକ ,ଭତ୍ତା ପ୍ରଦାନ ପାଇଁ ଦାବି କରାଯାଇଛି ।

ଦାବି ପୁରଣ ପାଇଁ ୭ ତାରିଖ ଠାରୁ କଳା ବ୍ୟାଚ ପିନ୍ଧି ନିରବ ପ୍ରତିବାଦ ସହ ଆସନ୍ତା ୧୪ ତାରିଖରୁ କର୍ମଚାରୀ ମାନେ ଅସହଯୋଗ ଆନ୍ଦୋଳନ କରିବା ସହିତ ଡିସେମ୍ବର ୨୧ ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବା ପାଇଁ ଦାବି କରାଯାଇଛି ।

ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।ସେହିପରି ବେଲଟିକିରି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମଚାରୀ ମନୋଜ କୁମାର ବେହେରା,ଦୁଷ୍ମନ୍ତ ସିଂ,ମିନାକ୍ଷୀ ପାତ୍ର,କଳ୍ପନା ସାହୁ,ନିରଞ୍ଜନ ସ୍ୱାଇଁ,ସରୋଜ କୁମାର ଧଳ,ଶ୍ରୀନିବାସ ପରିଡା,ସୁନିତା ଲେଙ୍କ ପ୍ରମୁଖ ଉପସ୍ଥିତ ରହିଥିଲେ

new life
You might also like
error: Content is protected !!