News
WhatsApp Image 2023-10-04 at 17.25.00
samparksetu

ନାବାଳିକାକୁ ଉଠାଇନେଲେ ଦୁଇ ଯୁବକ ;ନ୍ୟାୟ ପାଇଁ ପିତାମାତା ଏସପିଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ମହୁଲପାଳ ଗ୍ରାମର ଜନୈକା ନାବାଳିକାକୁ ସେହି ଗ୍ରାମର ଦୁଇ ଜଣ ଯୁବକ ଅପହରଣ କରିନେଇଥିବାର ଜଣାପଡିଛି । ଭୁବନ ଥାନାରେ ଅଭିଯୋଗ ପରେ ଥାନାଧିକାରୀ ଧମକ ଚମକ ଦେଉଥିବା ବେଳେ ଅପରାଧୀ ଖଣ୍ଡା ଧରି ଆତଙ୍କ ସୃଷ୍ଟି କରୁଛନ୍ତି । ଶେଷରେ ନ୍ୟାୟ ପାଇଁ ପିତାମାତା ଏସପିଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।

ମହୁଲପାଳ ଗ୍ରାମର ଝରିଆ ରାଉତ ଏବଂ ମାତା ଆରତୀ ନାୟକଙ୍କ ନାବାଳିକା ଝିଅ ଗତ ୨୯ତାରିଖ ଦିନ ଶୌଚ ପାଇଁ ଯାଇଥିବା ବେଳେ ଗ୍ରାମର ଚନ୍ଦନ ବାରିକ ଏବଂ ପ।ପୁନି ବାରିକ ନାମକ ଦୁଇ ଜଣ ଯୁବକ ଏକ କାରରେ ଅପହରଣ କରିବା ସହିତ କେଉଁଆଡେ ନେଇ ଯାଇଛନ୍ତି । ଘଟଣାକୁ ନେଇ ପରିବାର ତରଫରୁ ଭୁବନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪୯୪/୨୨ରେ ଏକ ମାମଲା ରୁଜ୍ଜୁ କରିବା ସହିତ ଚୁପଚାପ ବସିଯାଇଛନ୍ତି । ଘଟଣାକୁ ନେଇ ଦୁଇ ଦିନ ପରିବାର ଝିଅ ସମ୍ପର୍କରେ ଥାନାକୁ ବୁଝିବାକୁ ଯାଇଥିବା ବେଳେ ଥାନାଧିକାରୀ ନ୍ୟାୟ ଦେବାତ ଦୂରର କଥା ଓଲଟା ଏମିତି ମାମଲା ବର୍ଷବର୍ଷ ଧରି ପଡିରହିଛି ବୋଲି କହିଥିଲେ । ନାବାଳିକା ଅପହରଣ ପରେ ପାପୁନି ଗ୍ରାମର ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରୁଥିବା ବେଳେ ପୋଲିସ ନିରବଦ୍ରଷ୍ଟା ସାଜିବାକୁ ନେଇ ସାଧାରଣରେ ପ୍ରତିକ୍ରୀୟା ସୃଷ୍ଟି ହୋଇଛି । ପରିବାର ବର୍ଗ ଝିଅର କୌଣସି ସନ୍ଧାନ ପାଇନପାଇବା ଏବଂ ଭୁବନ ପୋଲିସର ଅସହଯୋଗକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହିତ ନ୍ୟାୟ ପାଇଁ ଏସପିଙ୍କୁ ଲିଖିତ ଭାବରେ ଅଭିଯୋଗ କରିଥିବାର ଜଣାପଡିଛି ।

new life
You might also like
error: Content is protected !!