News
WhatsApp Image 2023-10-04 at 17.25.00
samparksetu

୧୦ ଦଫା ଦାବି ନେଇ ଶ୍ରମ କାର୍ଯ୍ୟାଳୟ ଘେରାଉ

ଢେଙ୍କାନାଳ ଜିଲ୍ଲା ମିଳିତ ନିର୍ମାଣ ଶ୍ରମକି ସଙ୍ଗଠନ ତରଫରୁ ୧୦ ଦଫା ଦାବି ନେଇ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଡାକରାରେ ଶ୍ରମ କାଯ୍ୟାଳୟ ଘେରାଉ କରାଯିବା ସହତି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ଏହି ଅବସରରେ ଏକ ଶୋଭାଯାତ୍ରା ଷ୍ଟେସନ ବଜାରରୁ ବାହାରି ଶ୍ରମ କାର୍ଯ୍ୟାଳୟରେ ପହଞ୍ଚିଥିଲା । କେନ୍ଦ୍ର ସରକାର କୋଠାବାଡି ଏବଂ ଅନ୍ୟାନ୍ୟ ଆଇନକୁ ମିଶ୍ରଣ ନକରିବା,ନିର୍ମାଣ ଶ୍ରମିକ ମାନଙ୍କର ପଞ୍ଜିକରଣ, ଉଭୟ ଅନଲାଇନ ଏବଂ ଅଫଲାଇନ ରେ କରିବା ,ସହାୟତା ଯୋଗାଇଦେବା,ପକ୍କା ଘର ଯୋଜନା ଚାଲୁ କରିବା,୬୦ ବର୍ଷରୁ ଅଧିକ ସମସ୍ତ ନିର୍ମାଣ ଶ୍ରମିକଙ୍କୁ ୧୦ ହଜାର ଟଙ୍କା ପେନସନ ପ୍ରଦାନ ଏଭଳି ୧୦ ଦଫା ଦାବି ନେଇ ବିଭିନ୍ନ ଶ୍ରମିକ ସଙ୍ଗଠନର କର୍ମକର୍ତ୍ତା ମାନେ ଆନ୍ଦୋଳନ କରିଥିଲେ ।ଏହି ଆନ୍ଦୋଳନରେ ନିର୍ମାଣ ଶ୍ରମିକ ମାନଙ୍କ ସହିତ ଅଯୋଧ୍ୟା ସାହୁ ସନ୍ତୋଷ ସାହୁ ,ରବି ରଥ,କେଦାର ମଲ୍ଲିକ ,ସଞ୍ଜୟ ସାହୁ ଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

new life
You might also like
error: Content is protected !!