News
WhatsApp Image 2023-10-04 at 17.25.00
samparksetu

ଓଷ୍ଟା ତରଫରୁ ଦାବିପତ୍ର ପ୍ରଦାନ ,୧୭ରେ ବିଶାଳ ଆନ୍ଦୋଳନ ପାଇଁ ଚେତାବନୀ

ଢେଙ୍କାନାଳ ଜିଲ୍ଲା ଓଷ୍ଟା ଶାଖା ତରଫରୁ ସରକାରଙ୍କ ବିଜ୍ଞପ୍ତି ପରେ ମଧ୍ୟ ୧୧ ମାସ ପରେ ଶିକ୍ଷକ କର୍ମଚାରୀ ମାନଙ୍କୁ ସପ୍ତମ ବେତନ କମିଶନ ଆଧାରରେ ବେତନ ନମିଳିବାରୁ ସଙ୍ଘ ତରଫରୁ ଏକ
ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଏବଂ ଡିଇଓଙ୍କ ଜରିଆରେ ପ୍ରଦାନ କରାଯାଇଛି ।

ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ଵୟ ସମିତି ଜିଲ୍ଲା ଶାଖା ତରଫରୁ ସରକାରଙ୍କ କାଳକ୍ଷେପଣ ନିତୀକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେଏକ ଦାବିପତ୍ର ପ୍ରଦାନ କରାଯାଇଛି । ସରକାରଙ୍କ ତରଫରୁ କ୍ୟାବିନେଟ ବୈଠକରେ ଅନୁମୋଦନ ପରେ ଗଣଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଶିକ୍ଷକ ଏବଂ କର୍ମଚାରୀଙ୍କ ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ ପାଇଁ ଶିକ୍ଷାଧିକାରୀ ମାନଙ୍କୁ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଥେି ଲ ମଧ୍ୟ ୧୧ ମାସ ପରେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ ।

ଚାକିରୀ ଶେଷ ହେବା ପରେ କର୍ମଚାରୀ ଏବଂ ଶିକ୍ଷକ ମାନେ ଖାଲି ହାତରେ ଘରକୁ ଫେରୁଛନ୍ତୁ । ଫଳରେ ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହେବା ସହତି ଆସନ୍ତା ୧୭ ତାରିଖରେ ରାଜ୍ୟ ସ୍ତରରେ ଆନ୍ଦୋଳନ କରିବା ପାଇଁ ଓଷ୍ଟା ତରଫରୁ ଚେତାବନୀ ଦିଆଯାଇଛ ।

new life
You might also like
error: Content is protected !!