News
WhatsApp Image 2023-10-04 at 17.25.00
samparksetu

ନିହଲପ୍ରସାଦ କ୍ରସର ସମସ୍ୟା ପାଇଁ ରାସ୍ତା ଉପରେ ଧାରଣା ଦେଲେ ଗ୍ରାମବାସୀ

ଗଁଦିଆ ତହସିଲ ଅନ୍ତର୍ଗତ ନିହଲପ୍ରସାଦ ଦଶହରା ପଡିଆ ନିକଟରେ ଆଜି ଢେଙ୍କାନାଳ ଓ ଚଢ଼େଇଧରା ମୁଖ୍ୟ ରାସ୍ତା ଉପରେ ୬ଦଫା ଦାବି ପୂରଣ ନେଇ ଗ୍ରାମବସୀ ମାନେ ପୂର୍ବତନ ସରପଞ୍ଚ ତାପସ କୁମାର ସାହୁଙ୍କର ନେତୃତ୍ୱରେ ଧାରଣା ଦେଇଥିଲେ ।

ଦାବି ଗୁଡିକ ମଧ୍ୟରେ ବେଆଇନ ବ୍ଲାଷ୍ଟିଙ୍ଗ ବନ୍ଦ କରିବା, ଜୀବନ ଜୀବିକାକୁ ସୁରକ୍ଷା ଦେବା, ପାଣି ପବନ ପ୍ରଦ୍ୟୁଷଣକୁ ରୋକିବା, ପରିବେଶ ଦୂଷିତ ନକରିବା, ପରିବେଶକୁ ସୁରକ୍ଷା ଦେବା, ବିନା ଅନୁମତିରେ ବେଆଇନ ଭାବରେ ଚାଲୁଥିବା ଆରୁଣି ଓ ଜଗବନ୍ଧୁ କ୍ରସରକୁ ତୁରନ୍ତ ବନ୍ଦ କରିବା ଭାରିଜାନ ଚଳାଚଳକୁ ବନ୍ଦ କରିବା , ନିହଲପ୍ରସାଦ ମୌଜ଼ାରୁ ରାତି ଅଧିଆ ଚୋରାରେ ଚାଲାଣ ହେଉଥିବା ମୋରମ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା, ବେଆଇନ ପଥର ଖନନକୁ ବନ୍ଦ କରିବା ଆଦି ରହିଛି ।

ଘଟଣା ସ୍ଥଳରେ ଢେଙ୍କାନାଳ ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ , ପୋଲିସ ଏସ ଡ଼ି ପି ଓ ସୂର୍ଯ୍ୟମଣି ପ୍ରଧାନ, ଗଁଦିଆ ତହସିଲଦାର ଓ ନିହଲପ୍ରସାଦ ଥାନା ଆଇଆଇସି କାଶୀନାଥ ହଂସଦା ଉପସ୍ଥିତ ରହି ଆନ୍ଦୋଳନ କାରୀଙ୍କୁ ବୁଝା ସୁଝା କରିବା ସହିତ ସମସ୍ୟାର ସମାଧାନ ପାଇଁ ଆଗାମୀ ବୁଧବାର ପର୍ଯ୍ୟନ୍ତ ସମୟ ନେଇଛନ୍ତି ।

ଅପରପକ୍ଷେ ବେଲମାଲିଆ ଗ୍ରାମ ପୋଖରୀ ହୁଡ଼ା ରାସ୍ତା ରେ ଜଗବନ୍ଧୁ କ୍ରସର ର ଭାରିଜାନ ଯାଇ ରାସ୍ତା ନଷ୍ଟ ହେଉଥିବାରୁ ଗ୍ରାମବାସୀ ରାସ୍ତା ତାଡି ଦେଇଥିଲେ । ପ୍ରଶାସନ ଉପସ୍ଥିତ ରେ ରାସ୍ତାକୁ ପୋତା ଯାଇଛି ।

ଆଗାମୀ ଆଠ ଦିନ ମଧ୍ୟରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇ ବେଗା,ନିହାଲପ୍ରସାଦ,ଦଶମାଣ ପାଟଣା ପଞ୍ଚାୟତ ର ସରପଞ୍ଚ ଙ୍କ ଉପସ୍ଥିତ ଓ ଉଭୟ କ୍ରସର ସପକ୍ଷରେ ଥିବା ବ୍ୟକ୍ତି ବିପକ୍ଷ ରେ ଥିବା ବ୍ୟକ୍ତି ଙ୍କୁ ନେଇ ଶାନ୍ତି କମିଟି ଗଠନ କରାଯାଇ ସମସ୍ୟା ସମାଧାନ ପାଇଁ ଆଠ ଦିନ ସମୟ ନେଇଛି ପ୍ରଶାସନ ।

ଏହି ପ୍ରତିଶୃତି ପାଇବା ପରେ ଧାରଣା ରୁ ହଟିଥିଲେ ଗ୍ରାମବାସୀ । ଅପରାହ୍ନ ୫ ଟାରେ ରାସ୍ତାରୋକ ହଟିବାରୁ ଅଟକି ଥିବା ଶହ ଶହ ଗାଡି ଚଳାଚଳ ହୋଇପାରିଥିଲା ।

new life
You might also like
error: Content is protected !!