ଏକାନ୍ତରେ ଯଦି
ତୁମକୁ ଦେଖିଦେ
ମୋ ଭିତରେ ହଜିଯାଏ
କଳ୍ପନାର ସୂତା
ଗୋଡେଇ ତୋଡେଇ
ଭାବୁକ ଟେ କରିଦିଏ l
କେବେ ଘୁରିବୁଲେ
ଚାନ୍ଦର ରାଇଜେ
ପକ୍ଷୀରାଜେ କେବେ ଉଡ଼େ
ସାଗର ବେଳାର
ଶାମୁକା ସାଉଁଟି
ତାଜମହଲ ଟେ ଗଢେ l
ଫୁଲରୁ ଫୁଲ କୁ
ଡେଇଁ ଡେଇଁ କେବେ
ପ୍ରଜାପତି ମନ ନେଇ
ପ୍ରେମ ଫାଲ୍ଗୁନୀରେ
ତରାଙ୍ଗୀତ ହୁଏ
ସପନ ଖଳାରେ ଯାଇ l
ସାତ ସମୁଦର
ତେର ନଈ ଲଂଘି
ସ୍ମୃତି ପଟୁଆ ରେ ବସି
ତା ଘର ଠିକଣା
ପାଇବା ଆଶାରେ
ଜଗି ରହିଥାଏ ଆସି l
ସ୍ୱପ୍ନ ସୁନ୍ଦରୀ ସେ
ସପନେ ଆସିବ
ନିଦ ଚୋରେଇବା ପାଇଁ
ତା ପାଇଁ ଛାତିର
ସ୍ପନ୍ଦନ ଅବୁଝା
ଦିନ ରାତି ତାକୁ ଚାହିଁ l
ମୋ ମନ ଆକାଶେ
ତାର ପ୍ରତିଛବି
ଯତନରେ ସାଇତିଛି
କେବେନା କେବେ ତା
ହୃଦୟେ ଖେଳିବ
ମୋ ପ୍ରେମ ପ୍ରଣୟ ପ୍ରୀତି l
✍️ସ୍ମୃତିସରିତା