News
WhatsApp Image 2023-10-04 at 17.25.00
samparksetu

ମହିମାଗାଦି ଉଚ୍ଛେଦକୁ ନେଇ ଶୋଭାଯାତ୍ରା ,ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମାଗାଦିରେ ବେଆଇନ ଭାବରେ ଉଚ୍ଛେଦକୁ ନେଇ କୌପୁନୀ ଧାରୀ ମହିମା ସମାଜ ତରଫରୁ ବିକ୍ଷୋଭ ଏବଂ ଶୋଭାଯାତ୍ରା ସହିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

ସମ୍ପତ୍ତି ଉପରେ ଉଭୟ ସାଧୁ ଗୋଷ୍ଠୀର ସମାନ ଅଧିକାର ଥିବା ବେଳେ ଦଶ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ଦାବି କରାଯାଇଛି । ବିଶ୍ୱ ପ୍ରସିଦ୍ଧ ମହିମାଗାଦିକୁ ଉଚ୍ଛେଦ ପରେ ଆଜି ମହିମା ଭକ୍ତ ମାନେ ଏହା ଵିରୋଧରେ ଶ୍ୱର ଉତ୍ତଳନ କରିବା ସହିତ ଏହି ଉଚ୍ଛେଦ ବେଆଇନ ଭାବରେ କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ।

ଭକ୍ତ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ଅଭିଯୋଗ ଅନୁସାରେ ୨୦୧୮ ମସିହାରେ ହାଇକୋଟଙ୍କ ନିର୍ଦ୍ଦେଶ ଅନୁସାରେ ମହିମାଗାଦିର ସମ୍ପତ୍ତି ଉପରେ ଉଭୟ ବକଳଧାରୀ ଏବଂ କୌପୁନୀଧାରୀ ସାଧୁମାନଙ୍କର ସମାନ ଅଧିକାର ରହିଛି ।

ଏହାକୁ ଉଲଙ୍ଘନ କରି ଗଁଦିଆର ଜଣେ ପ୍ରଶାସନିକ ଅଧିକାରୀ ଚଞ୍ଚକତା ସହ ମୂଳ ସମ୍ପତ୍ତିର ପରିବର୍ତ୍ତନ କରି ବକଳଧାରୀ ମହିମା ସମାଜ ନାମରେ କରିଦେଇଛନ୍ତି ।

ଫଳରେ କୌପୁନୀଧାରୀ ମହିମା ସମାଜ ଜବରଦଖଲ କରିଛି ବୋଲି ଦର୍ଶାଇ ଏକ ଶହ ବର୍ଷର ଉପାସନା ପୀଠ ବତୀମନ୍ଦିର ,ଧୂନୀ ମନ୍ଦରି ଏବଂ ଭେକ ମନ୍ଦିର ଉଚ୍ଛେଦ କରାଯାଇଛି । ଅଖଣ୍ଡ ଧୂନୀକୁ ବକଳଧାରୀ ମହିମା ସାଧୁମାନେ ନେଇଯାଇଥିବା ବେଳେ ଖୋଲାଅକାଶ ତଳେ ଧୂନୀ ପ୍ରଜ୍ଵଳିତ ହେଉଛି ।

ଏହାର ପ୍ରତିବାଦ କରାଯିବା ସହିତ ମୂଳ ଆଦେଶକୁ ବିଚାର କରି ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେବା ପୂଜା ପାଇଁ କୌପୁନୀଧାରୀ ମହିମା ସମାଜକୁ ଗାଦି ମନ୍ଦିର ଏବଂ ଶୂନ୍ୟ ମନ୍ଦିରରେ ସମାନ ଅଧିକାର ପ୍ରଦାନ ସହିତ ଯୋରନ୍ଦା ନାଟିମାରେ ଥିବା ସମ୍ପତ୍ତିର ସମାନ ଅଧିକାର ସହିତ ଜମିର ରେକର୍ଡ ଅଫ ରାଇଟସ ପ୍ରଦାନ,ସମସ୍ତ ସମ୍ପତ୍ତିର ୫୦ ଭାଗ ଅଧିକାର,ଉଚ୍ଛେଦ କରାଯାଇଥିବା ମନ୍ଦିରର ପୂନଃନିର୍ମାଣ କରିବାକୁ ଦାବି କରାଯାଇଛି ।

new life
You might also like
error: Content is protected !!