News
WhatsApp Image 2023-10-04 at 17.25.00
samparksetu

ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚୋରୀ , ଲୁଟିନେଲେ ମୂଲ୍ୟବାନ ସାମଗ୍ରୀ

ଗତକାଲି ବିଳମ୍ବିତ ରାତିରେ ଦେଓଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଲୁଟେରା ମାନେ କବାଟ ଭାଙ୍ଗି ଗୋଟିଏ ଫ୍ରିଜ ଗୋଟିଏ ଫ୍ରିଜ଼ର ଗୋଟିଏ ଇନଭଟର ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବହୃତ ଅନ୍ୟାନ୍ୟ ସରଞ୍ଜାମ ଗୋଟିଏ ଗାଡ଼ିରେ ନେଇ ଯାଇଥିବାର ଅଭିଯୋଗ ହୋଇଛି ।

ଆଜି ସକାଳୁ ସ୍ୱସ୍ଥ୍ୟକେନ୍ଦ୍ର ର ଝାଡୁଦାର ସଫା କରିବାକୁ ଆସିବାରୁ ଚୋରୀ ହୋଇଥିବାର ଜାଣିବାକୁ ପାଇଥିଲା । ତୁରନ୍ତ ସେ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଜଣାଇଥିଲା ,ଘଟଣା ସ୍ଥଳରେ ଉକ୍ତ ଚିକିତ୍ସା କେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ପହଁଚି ଚୋରୀ ଘଟଣା ସମ୍ପର୍କରେ ଗଁଦିଆ ଥାନାରେ ଲିଖିତ ଭାବେ ଜଣାଇଥିଲେ । ଏହି ଚୋରି ଘଟଣା ସମ୍ପର୍କରେ ଗଁଦିଆ ଥାନାର ଭାରପ୍ରାପ୍ତ ଅଧିକାରୀ ସତ୍ୟବ୍ରତ ଭୁତିଆ କୁହନ୍ତି ଯେ ଅଭିଯୋଗ ପାଇଲା ପରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।

new life
You might also like
error: Content is protected !!