News
WhatsApp Image 2023-10-04 at 17.25.00
samparksetu

ଶସ୍ତାରେ ଛଡ ଯୋଗାଇ ଦେବା ନାମରେ ୧୨ଲକ୍ଷ ହଡପ

ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ତେଲିଭୁଇଁରେ ବ୍ୟବସାୟ କରୁଥିବା ଜଣେ ବ୍ୟବସାୟୀଙ୍କୁ ଛଡ ଯୋଗାଇ ଦେବା ନାମରେ ନିଜକୁ ଜେଏସଡବ୍ଲୁଆର କମ୍ପାନୀର ମାଲିକ ପରିଚୟ ଦେଇ ୧୨ଲକ୍ଷ ଟଙ୍କା ହଡପ ଘଟଣାରେ ଜଣ କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର
ଜଣାପଡିଛି ।

ରାସୋଳ ତେଲିଭୁଇଁରେ ସୁବ୍ରତ କୁମାର ସାହୁ ଲୁହାଛଡ ବ୍ୟବସାୟ କରୁଛନ୍ତି । ଗତ ଅଗଷ୍ଟ ମାସ ୨୬ ତାରିଖ ଦିନ ଜନୈକ ବ୍ୟକ୍ତି ନିଜକୁ ଜେଏସଡବ୍ଲୁଆର କମ୍ପାନୀ ମାଲକି ପରିଚୟ ଦେଇ ସୁବ୍ରତଙ୍କ ବିଶ୍ଵାସ ଭାଜନ ହେବା ପରେ ଶସ୍ତାରେ ଲୁହା ଛଡ ଦେବ ବୋଲି ଚୁକ୍ତି କରିଥିଲେ ।

ତାଙ୍କୁ ବିଶ୍ୱାସ କରି ସୁବ୍ରତ ୧୨ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । କିନ୍ତୁ ଟଙ୍କା ନେବା ପରେ କୌଣସି ଛଡ ଦେବାତ ଦୂରର କଥା ଟଙ୍କାବି ଫେରାଇ ନଥିଲେ । ନେଇଥିବା ଟଙ୍କାକୁ ଚତୁରତାର ସହିତ ଅନ୍ୟଏକ ଆକାଉଣ୍ଟକୁ ଟ୍ରାନସଫର କରିଥିଲେ । ଏହାକୁ ନେଇ ସୁବ୍ରତ ରାସୋଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ୧୩୧/୨୨ ଦଫା ୪୨୦ ଓ ୩୪ ଆଇପିସିରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି କରିଥିଲା ।

ତଦନ୍ତରୁ ଜଣାପଡିଥିଲା ଯେ ସେହି ବ୍ୟକ୍ତି ଜଣକ ଜେଲସଡବ୍ଲ୍ୟୁଆର ଷ୍ଟିଲ ଇଣ୍ଟରନାସନାଲ ପ୍ରାଇଭେଟ ଲିମିଟେଡ,ପେଟ୍ରୋବ୍ରାସ ଇଣ୍ଡିଆ
ଲିମିଟେଡ଼,ଜେଏସଡବ୍ଲ୍ୟୁ ଡାଲମିଆଁ ସୁଗାର ଲିମିଟେଡ଼ ଭଳି ତିନୋଟି କମ୍ପାନୀ ନାମରେ ଲୋକଙ୍କୁ ଶସ୍ତାରେ ଲୁହା ଛଡ,ପେଟ୍ରୋକେମିକାଲସ ଦେବାକୁ କହି ଠକି ଆସୁଥିଲେ । ବ୍ୟବସାୟୀ ମାନଙ୍କ ବିଶ୍ୱ।ସ ଜନ୍ମାଇ ଟଙ୍କା ନେବା ପରେ ପୋଲିସ ତଦନ୍ତରୁ ରକ୍ଷା ପାଇବା ପାଇଁ ସଙ୍ଗେ ସଙ୍ଗେ ସେହି ଟଙ୍କାକୁ ଅନ୍ୟ ଆକାଉଣ୍ଟକୁ ଟ୍ରାନସଫର କରୁଥିଲେ ।

ଏହି ଘଟଣାରେ ରାସୋଳ ପୋଲିସ ମୋବାଇଲକୁ ଟ୍ରାକ କରି ଠକକୁଧରିବା ପାଇଁ ଏକ ଟିମ ଗଠନ କରି ଉତ୍ତରପ୍ରଦେଶ ଗାଜିପରୁ ଯାଇଥିଲେ ।ସେଠାରେ ଗାଜିପୁର ପୋଲିସ ସହାୟତାରେ ଦଲାଲକୁ ଗିରଫ କରିବାରେ ସଫଳ ହୋଇଥିଲେ । ଦଲାଲ ନିକଟରୁ ଦୁଇଟି ମୋବାଇଲ ଫୋନ ସହିତ ୪ଟି ଏଟିଏମ କାର୍ଡ, ତିନୋଟି କମ୍ପାନୀର ପ୍ୟାନ କାର୍ଡକୁ ମଧ୍ୟ ଜବତ କରିଥିବାର ଜଣାପଡିଛି । ପୋଲିସ ଏ ଦିଗରେ ଅଧିକ ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!