News
WhatsApp Image 2023-10-04 at 17.25.00
samparksetu

୩୩କେଭି ବିଦ୍ୟୁତ ଟାଓ୍ବାର ରୁ ଲୁଟୁଛନ୍ତି ଲୁହାଆଙ୍ଗେଲ

ଚୋରଙ୍କ ଟାର୍ଗେଟରେ ୩୩କେଭି ବିଦ୍ୟୁତ ଟାଓ୍ବାର । ପୋଲିସ ଦ୍ବାରା ଲକ୍ଷାଧିକ ଟଙ୍କାର ୩୩ କେଭି ବିଦ୍ୟୁତ ଟାଓ୍ବାରର ଲୁହାଆଙ୍ଗେଲ ଜବତ l ଘଟଣା ଘଟିଛି ଭୁବନ ବ୍ଲକ ଅନ୍ତର୍ଗତ ଗଡନୃଷିହଁପ୍ରସାଦ ଖୁଣ୍ଟାପସି ମଉଜାରୁ।

ବିଳମ୍ବିତ ରାତିରେ ଚୋରମାନେ ରେଞ୍ଚି ସାହାଯ୍ୟରେ ବିଭିର୍ଣ୍ଣ ୩୩ କେଭି ବିଦ୍ୟୁତ ଟାଓ୍ବାରରୁ ଆଙ୍ଗେଲ ଖୋଲି ଚୋରୀ କରିବାକୁ ଉଦ୍ୟମ କରିଥିଲେ। ଟାଓ୍ବାରରୁ ଆଙ୍ଗେଲ ଖୋଲିଥିବା ବେଳେ ଭୁବନ ଥାନା ପୋଲିସ ଚଢାଉ କରିଥିଲା।

ତେବେ ଘଟଣାସ୍ଥଳରୁ ଚୋରମାନେ ଖସି ଫଳାଇଥିବା ବେଳେ ପୋଲିସ ଲୁହାଆଙ୍ଗେଲ ସହ ଏକ ମଟରସାଇକେଲକୁ ଧରି ତଦନ୍ତ ଜାରିରଖିଛି। ଏହି ୩୩କେଭି ବିଦ୍ୟୁତ ଟାଓ୍ବାର ଏନଟିପିସି ଅନୁଗୁଳୁରୁ ଡୁବୁରି , ଟାଟାମାଇନ୍ସ ଏବଂ ଗଁଦିଆ ବ୍ଲକକୁ ଇଲେକ୍ଟ୍ରି ଯୋଗାଉଛି। ସେହି ଅଞ୍ଚଳରେ ପାଖାପାଖି ୬ଟି ଟାଓ୍ବାରରୁ ବହୁତ ଆଙ୍ଗେଲ ନଥିବାରୁ ଚାଷୀମାନେ ଭୟଭିତଥିବା କହିଛନ୍ତି।

ଯଥାଶିଘ୍ର ଟାଓ୍ବାରେ ଆଙ୍ଗେଲ ସପୋର୍ଟ ଲଗାଇବା ଏବଂ ଚୋରୀକୁ ରୋକିବାକୁ ପ୍ରଶାସନକୁ ଅନୁରୋଧ କରିଛନ୍ତି ,ଏପଟେ ଘଟଣାସ୍ଥଳରେ ଓପିଟିସିଏଲର କର୍ତ୍ତୁପକ୍ଷ ପହଛି ଘଟଣାର ଅନୁଧ୍ୟାନ କରିଛନ୍ତି।

new life
You might also like
error: Content is protected !!