News
WhatsApp Image 2023-10-04 at 17.25.00
samparksetu

ରାସ୍ତା ଦାବି ନେଇ ,ଜଟିଆ ଯୁବ ସଂଗଠନ ପକ୍ଷରୁ ରାଜପଥ ଅବରୋଧ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସରାଙ୍ଗ ପଞ୍ଚାୟତ ଜଟିଆ ଛକରେ ସୋମବାର ଜଟିଆ ଗ୍ରାମ ଯୁବ ସଂଗଠନ ପକ୍ଷରୁ ରାଜପଥ ଅବରୋଧ କରାଯାଇଥିଲା , ଜଟିଆ ଛକ ନିକଟବର୍ତ୍ତୀ ନୂତନ ଭାବେ ବ୍ରାହ୍ମଣୀ ନଦୀ ପୋଲ ନିର୍ମାଣ ଠାରୁ ଜଟିଆ , ସରାଙ୍ଗ, ପିତିରି ଅଭିମୁଖେ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥକୁ କୁନାଲ ନାମକ ଠିକା କମ୍ପାନୀ ୪ ଲେନ ବିଶିଷ୍ଟ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟ ଜାରି ରଖିଛି ।

କିନ୍ତୁ ଏହି ରାସ୍ତାର ସରାଙ୍ଗ ଛକ ଠାରୁ ଅଳ୍ପ ଦୂରରେ ଜଟିଆ ଛକ ଓ ଏହାର ନିକଟବର୍ତ୍ତୀ ନବୋଦୟ ବିଦ୍ୟାଳୟ ରହିଛି ।ଯାହାକି ଏହି ସୀମିତ ରାସ୍ତା ଜନସାଧାରଣଙ୍କ ଠାରୁ ଆରମ୍ଭ କରି ସ୍କୁଲ ଛାତ୍ର ଛାତ୍ରୀଙ୍କ ପ୍ରତି ବିପଦ ଜନକ ପରିସ୍ଥିତିରେ ରହିଛି ।ବର୍ତ୍ତମାନ ୪ ଲେନ ରାସ୍ତା ହେବା ଦ୍ଵାରା ସର୍ଭିସ୍ ରାସ୍ତା ନଥିବାରୁ ଅନେକ ଦୁର୍ଘଟଣା ଘଟି ଚାଲିଛି ।ଏହାର କାରଣ ଡମୋଳ ଗ୍ରାମ ଦେଇ ଆସିଥିବା ପୂର୍ତ୍ତ ବିଭାଗ ରାସ୍ତାଟି ଉକ୍ତ ରାଜପଥ ସହ ମିଶ୍ରଣ ହୋଇଛି ।

ଯାହାକି ବିଭିନ୍ନ ଗ୍ରାମର ହଜାର ହଜାର ସଂଖ୍ୟକ ଜନସାଧାରଣ ଏହି ପୂର୍ତ୍ତ ବିଭାଗ ରାସ୍ତା ଉପରେ ଆସି ରାଜପଥକୁ ଆସି ବିଭିନ୍ନ ଦିଗକୁ ଯାତାୟତ କରିଥାନ୍ତି ।ଅନ୍ୟ ପଟେ ଅର୍ଥାତ୍ ରାଜପଥର ଅପରପାର୍ଶ୍ବରେ ରହିଛି ସରାଙ୍ଗ ଅନନ୍ତ ଶୟନ ବିଦ୍ୟାପୀଠ ,ସରାଙ୍ଗ ପୁରୁଣା ଗ୍ରାମ ଓ ଏହି ଗ୍ରାମ ନିକଟରେ ପ୍ରବାହିତ ବ୍ରାହ୍ମଣୀ ନଦୀ ପଠାରେ ବିଶାଳ ଅନ୍ତନ ଶୟନ ମୂର୍ତ୍ତି ପୂଜା ପାଉଛନ୍ତି ।

ଯାହାକି ଦୈନଦିନ ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ଏହି ଅନନ୍ତ ଶୟନ ପୀଠ ସ୍ଥଳୀକୁ ଆସି ଦର୍ଶନ କରି ଉକ୍ତ ବିପଦଗାମୀ ରାଜପଥ ଉପରେ ଯାଇଥାନ୍ତି ।ସରାଙ୍ଗ ଛକର ଅଳ୍ପ ଦୂରରେ ଜଟିଆ ଛକ ରହିଛି ,କିନ୍ତୁ ଏହି ଛକ ଠାରୁ ପ୍ରାୟ ୨ କିଲୋମିର ଦୁରତାରେ ଜଟିଆ ଗ୍ରାମ ରହିଛି ।ଏହି ଗ୍ରାମର ଅଧିବାସୀଙ୍କ ବିକଳ୍ପ ରାସ୍ତା ହେଉଛି ୫୩ ନମ୍ବର ଜାତୀୟ ରାଜପଥ।

ଏହାର ଅଳ୍ପ ଦୂରରେ ରହିଛି ନବୋଦୟ ଶିକ୍ଷାନୁଷ୍ଠାନ ,ଉକ୍ତ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ,ଅବିଭାବକ ଠାରୁ ଆରମ୍ଭ କରି ବିଦ୍ୟାଳୟର କର୍ମଚାରୀଙ୍କ ପ୍ରତି ସମ୍ପୂର୍ଣ୍ଣ ବିପଦ ରହିଛି ।ଏହି ବିପଦରୁ ମୁକ୍ତି ପାଇବା ପାଇଁ ସମସ୍ତଙ୍କ ଲାଗି କେବଳ ଉଭୟ ପାର୍ଶ୍ୱ ସର୍ଭିସ୍ ରାସ୍ତା । ଲୋକଙ୍କ ଯାତାୟତ ଓ ଛାତ୍ର ଛାତ୍ରୀଙ୍କ ସୁରକ୍ଷିତ ନେଇ ଆଜି ଜଟିଆ ଯୁବ ସଂଗଠନ ତତ୍ପର ହୋଇ ପଡ଼ିଛି ।

ଏ ସମ୍ବନ୍ଧେ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ ଯୁବସଂଗଠନ ଦାବୀ ଜଣାଇ ଆସୁଥିଲେ ମଧ୍ୟ ଏଥି ପ୍ରତି ଅବହେଳା ପ୍ରଦର୍ଶନ କରାଯାଇଛି । ଯାହାକି ଜିଲ୍ଲାପାଳ ,ଉପ ଜିଲ୍ଲାପାଳ କାମାକ୍ଷାନଗର ,ଜାତୀୟ ରାଜପଥ ଅଧିକାରୀ ,ପରଜଙ୍ଗ ଥାନା ଓ ବ୍ଲକ ବିଡ଼ିଓଙ୍କ ଅବଗତି ନିମନ୍ତେ ଯୁବସଂଗଠନ ପକ୍ଷରୁ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହାର ଆଶୁସମାଧାନ ନହେବାରୁ ସୋମବାର ବାଧ୍ୟ ହୋଇ ଯୁବସଂଗଠନର ଆବାହକ ପ୍ରେମାନନ୍ଦ ସାହୁଙ୍କ ଆହ୍ଵାନ କ୍ରମେ ଯୁବସଂଗଠନର ସମସ୍ତ ସଦସ୍ୟ ମାନେ ଏକତ୍ରିତ ହୋଇ ଜଟିଆ ଛକରେ ୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ରାସ୍ତା ଅବରୋଧ ଏପରି ହୋଇଥିଲା ଯାହାକି କାର ,ବାଇକ୍ ଓ ଅଟୋ ଗାଡ଼ି ଚଳପ୍ରଚଳ କରିବା ପାଇଁ ରାସ୍ତା ରହିଥିଲା ,ଅନ୍ୟ ସମସ୍ତ ଯାନବାହାନ ଠପ୍ ହୋଇଯାଇଥିଲା ।

ସକାଳ ସାଢେ଼ ସାତଟାରୁ ପୂର୍ବାହ୍ନ ୧୨ ଟା ପର୍ଯ୍ୟନ୍ତ ଦୀର୍ଘ ୫ ଘଣ୍ଟା ଧରି ଦାବୀ ନେଇ ଶାନ୍ତି ପୂର୍ଣ୍ଣ ହରତାଳ କରିଥିଲେ ଏହା ପରେ କାମାକ୍ଷାନଗର ଉପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପରଜଙ୍ଗ ବିଡ଼ିଓ ଆନ୍ଦୋଳନକାରୀଙ୍କ ନିକଟରେ ପହଂଚି ଆଲୋଚନା କରିବା ସହ ଖୁବ୍ ଶୀଘ୍ର ଆଞ୍ଚଳିକ କାର୍ଯ୍ୟାଳୟରେ ସର୍ଭିସ୍ ରାସ୍ତା ଲାଗି ସବମିଟ ରିପୋର୍ଟ ଦାଖଲ କରାଯିବ ।ଏହା ଆପ୍ରୋଭ ନହେବା ପର୍ଯ୍ୟନ୍ତ ସରାଙ୍ଗ ଛକ ଠାରୁ ଜଟିଆ ବ୍ରିଜ ପର୍ଯ୍ୟନ୍ତ କୁନାଲ କମ୍ପାନୀର କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ ପ୍ରତିଶ୍ରୁତି ପାଇ ରାଜରାସ୍ତାରୁ ହଟିଥିଲେ।

ଆଲୋଚନା ସମୟରେ ପରଜଙ୍ଗ ଥାନା ଆଇଆଇସି ପ୍ରଶାନ୍ତ କୁମାର ପାତ୍ର ଉପସ୍ଥିତ ଥିବା ବେଳେ ଆନ୍ଦୋଳନ ସମୟରେ ବ୍ଲକ ପ୍ରାକ୍ତନ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା,ଦିଲ୍ଲୀପ ବର୍ମା,ଜମ୍ବେଶ୍ଵର ବର୍ମା,ରବିନାରାୟଣ ସାହୁ ,ଜଟିଆ ଗ୍ରାମର କେତେକ ମହିଳା ଅନ୍ୟ ସମସ୍ତ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ ।

ପରିଶେଷରେ ଫଳାଫଳ ଅନୁଯାୟୀ ଯୁବ ସଂଗଠନ ମାଧ୍ୟମରେ ବିଡ଼ିଓଙ୍କୁ ଯେଉଁ ଦାବିପତ୍ର ହସ୍ତାନ୍ତର କରାଯାଇଥିଲା ,ସେହି ଦାବିପତ୍ରରେ ବିଡ଼ିଓ ସଙ୍ଗେ ସଙ୍ଗେ ଉପ ଜିଲ୍ଲାପାଳଙ୍କ ନିକଟକୁ ସଂଗଠନ ସଦସ୍ୟଙ୍କୁ ହସ୍ତାନ୍ତର କରିଥିଲେ ।ଉକ୍ତ ଦାବୀପତ୍ରକୁ ସଂଗଠନର ଆବାହକ ଶ୍ରୀ ସାହୁ ଓ ଅନ୍ୟ ସଦସ୍ୟଙ୍କୁ ଧରି କାମାକ୍ଷାନଗର ଉପ ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ ।ଯାହାକି ଏହାର ପ୍ରତିକାର ତୁରନ୍ତ ହେବ ବୋଲି ଉପ ଜିଲ୍ଲାପାଳ କହିଛନ୍ତି ।

new life
You might also like
error: Content is protected !!