News
WhatsApp Image 2023-10-04 at 17.25.00
samparksetu

ମାଟିତଳୁ ବାହାରିଲା ଯୁବକଙ୍କ କଙ୍କାଳ

ଦୀର୍ଘ ୯ ବର୍ଷ ପରେ ପୋଲସି ସୁନ୍ଦରୀ ଖାଲ ନିକଟରେ ଥିବା ସୂର୍ଯ୍ୟ ନର୍ସରୀ ରୁ ହାଡ କଙ୍କାଳ ଉଦ୍ଧାର କରିବା ସହତି ଘଟଣାରେ ସଂପୃକ୍ତ ତିନି ଜଣକୁ ଗିରଫ କରି କୋର୍ଟ ଫରୱାର୍ଡ କରିଛି ।

ସଦର ଥାନା ଅନ୍ତର୍ଗତ ସୁନ୍ଦରୀଖାଲ ଅଲେଖପୁରର ସଚିଦାନନ୍ଦ ବେହେରା ଗତ ୨୦୧୩ମସିହା ଜୁଲାଇ ୨୩ତାରିଖ ଦିନ ତାଙ୍କ ପୁଅ ଦୋଳଗୋବିନ୍ଦ ବେହେରା(୨୫)ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ତାଙ୍କ ପୁଅ ଦୋଳଗୋବିନ୍ଦ ବେହେରା ରାତି ସାଢେ ୯ଟା ସମୟରେ ବାଜିଚୌକରେ ଥିବା ହାର୍ଡ ଓୟାର ଦୋକାନ ବନ୍ଦ କରି ବିନୋଦ ସାହୁଙ୍କର ଏକ୍ସଏଲମୋଟର ସାଇକଲେରେ ତାଙ୍କ ଢାବାକୁ ଯାଇଥିଲେ।

ସେଠାରେ ଖାଇବା ପରେ ମାଣ୍ଡୁ ଦେହୁରୀଙ୍କ ପୁଅ କୁଶ ଦେହୁରୀଙ୍କ ସହିତ ଭାଗବାନପୁରକୁ ଆସିଥିଲେ। ସେଠାରୁ କୁଶଙ୍କର ସାଇକେଲ ମାଗି ଘରକୁ ଫେରିବାକୁ କହି ଆଉ ଘରକୁ ଫେରିନଥିଲେ ।ପରଦନି ସକାଳ ସମୟରେ ଦୋଳଗୋବିନ୍ଦ ଙ୍କର ମୋବାଇଲ ସୁଇଚ ଅଫ ଥିବା ବେଳେ ଏହାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ତା ପରଦନି ୨୮ ତାରିଖରେ ରାସ୍ତାପାର୍ଶ୍ଵରେ ସାଇକେଲ ପଡିଥିବା ଚିହ୍ନଟ କରିଥିବା ବେଳେ ଦୋଳଗୋବିନ୍ଦ ଙ୍କର କୌଣସି ସନ୍ଧାନ ମିଳି ନଥିଲା ।

ଏହି ଘଟଣାକୁ ନେଇ ଟାଉନ ପୋଲିସ ୨୭୦/୧୪ରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ କରିଥିବା ବେଳେ ଦୋଳଗୋବିନ୍ଦ ଙ୍କର କୌଣସି ଖୋଜ ଖବର ପାଇନଥିଲେ ।ଏହି ନିଖୋଜ ଘଟଣାକୁ ନେଇ ୨୦୧୪ ମସିହା ଅକ୍ଟୋବର ୩୦ ତାରିଖରେ ମତୃ କଙ୍କ ବାପା ହତ୍ୟା ଅଭିଯୋଗ କରିବା ସହତି ୬ରୁ ୭ ଜଣଙ୍କ ନାମରେ ମାମଲା ହୋଇଥିଲା ।

ଏହି ଘଟଣାକୁ ନେଇ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାଦିଆଯାଇଥିଲେ ମଧ୍ୟ ପୋଲସି ଘଟଣାର ସୁରାକ ପାଇନଥିଲା ।ଏହି ଘଟଣା ଲୁଚି ଯାଇଥିବା ବେଳେ ଦୀର୍ଘ ,8ବର୍ଷ ପରେ ଦୋଳଗୋବିନ୍ଦ କୁ ହତ୍ୟା ହୋଇଥିବା ନେଇ ଗୁରୁବାରୀ ପ୍ରଧାନ ନିଜର ମୁହଁ ଖୋଲିବା ପରେ ଏବେ ଘଟଣା ସାମ୍ନାକୁ ଆସିଛି ।

ସୁନ୍ଦରୀ ଖାଲରେ ଥିବା ସୂର୍ଯ୍ୟ ନର୍ସରୀ ମଧ୍ୟରୁ ଦୋଳଗୋବିନ୍ଦ ଙ୍କର ଶବ ମିଳିବା ସହିତ ପୋଲିସ ଘଟଣାର ଅଧିକ ଖୋଳତାଡ କରିଥିଲା । ସଦର ଥାନା ମେଘାତଳ ବାହାଳୀ ଗ୍ରାମର ଶ୍ୟାମ ଦେହୁରୀଙ୍କ ପଅୁ ବଟକଷ୍ଣୃ ଦେହୁରୀ ( ୨୭),ସୁନ୍ଦରୀ ଖାଲର ଗୁରୁବାରୀ ପ୍ରଧାନଙ୍କ ପୁଅ ସନ୍ତୋଷ ପ୍ରଧାନ(୫୫)ଓ ମେଘାତଳ ବାହାଳୀ ଗ୍ରାମର ପ୍ରଭାକର ନାଏକଙ୍କ ପୁଅ ଦିଲ୍ଳୀପ ନାଏକ(୪୦) ଦୋଳ ଗୋବିନ୍ଦଙ୍କୁ ହତ୍ୟାକରିବା ପରେ ଗୋଟିଏ ଗାତ ଖୋଳି ଶବକୁ ପୋତି ଦେଇଥିଲେ ।

ଏହି ଘଟଣାରେ ପୋଲସି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପରେ ସେମାନଙ୍କ ତଥ୍ୟ ଅନୁସାରେ ସୂର୍ଯ୍ୟ ନର୍ସରୀ ମଧ୍ୟରୁ କଙ୍କାଳ ଏବଂ ହାଡକୁ ଖୋଳି ବାହାର କରାଯାଇଛି ।ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି ହାଜତକୁ ପଠାଇ ଦିଆଯାଇଛି ।

new life
You might also like
error: Content is protected !!