News
WhatsApp Image 2023-10-04 at 17.25.00
samparksetu

ବଞ୍ଚିବା

ଆମ ତ ଓଡିଆ    ଶରୀର  ଓଡିଆ
      ପାଳିବୁନି ଖ୍ରୀଷ୍ଟ ମାସ,
ପଣା ସଂକ୍ରାତି ଠୁ    ଆରମ୍ଭ ଆମରି
     ସେଇ ତ ବୌଶାଖ ମାସ॥୧
ସନାତନି ହିନ୍ଦୁ     ପ୍ରବାହ ରକ୍ତରେ
     ଦେହ ମାଂସ ସବୁ ତାର,
ଭୁଲିବି କିପରି     ହିନ୍ଦୁ ନବ ବର୍ଷ
     ସେଇ ଯେ ସଂସ୍କୃତି ମୋର॥୨

ନିଜ ବାପା ଥାଉ    ଧରମ ବାପାକୁ
        ଡାକିବା ଯେପରି କଥା,
ସେଇପରି ପରା    ପର ଧର୍ମ ଚର୍ଚା
     ଓ ଆଚରଣ ସବୁ ଯଥା॥୩
ଆରେ ଖୁସି କଣ    ତାକଂରି ପରବେ
       ଆମ ସଂସ୍କୃତି ରେ ନାହିଁ?
ବରଷ କ ତେର    ପରବ ତୋ ପାଇଁ
        ଖୁନ୍ଦି ଛନ୍ତି ମୋର ସାଇଁ॥୪

କେତେ ସୁନ୍ଦର ମୋ  ପୂନିଅଁ ପରବ
        ଆରିଷା କାକରା ପିଠା,
ତ ପରି କି କେବେ ସ୍ୟାଣ୍ଡ ହୁଚି କେକ୍
      ତୁଳନା ହୋଇବ ଯଥା॥୫
ନଜ ଭିଟା ମାଟି    ନିଜ ସଂସ୍କୃତିରେ.
        ବଂଚିରହିବା ଟି ଶିଖ,
ନିଜ  ପରପଂରା    ନିଜ  ଆନନ୍ଦ ରେ
      ବିଗ୍ୟାନ ରହିଛି ଦେଖ ॥୬

ଶିତୁଆ ସକାଳୁ     ପଦେ ଦେଲି କହି
         ନ ଧରିବ ମୋର କଥା,
ବାଲେଶ୍ବର ଠାରୁ    ନବରଂଗ ପୁର
       ରହିଲ ଯେତକ ଭ୍ରାତା॥୭

✍️ସନ୍ଦୀପ କୁମାର କର

new life
You might also like
error: Content is protected !!