ଶିତୁଆ ଚାହା ର ମଜା
ନାତି କରେ ଆଇ ସହ ଅଜା
ଶିତୁଆ କପିଂ ର ଆନନ୍ଦ
ଯେମନ୍ତ ସତେ ମକରନ୍ଦ
ଶିତୁଆ ଜଳପାନ ଖିଆ
ପେଟ କୁ କରେ ସିଏ ଥଣ୍ଡା
ଶିତୁଆ ଗରମ ପୋଷାକ
ଶିତକୁ ଛାଡେ ନିମିଷେକ
ଶୀତୁଆ ପାଟିର ଧୂଆଁ
ସତେକି କଳ ର ନିଆଁ
ଶିତୁଆ ଟୋପିର ଉଷ୍ମତା
ଶିଶୁ ର ମା ଓ ମମତା
ଶିତୁଆ ନିଆଁ ପାଖ ତାତି
ନହେଲେ ନାହିଁ ଆଉ ଗତି
ଶୀତୁଆ ଗୀତ ର ସୁର
ବିଲ ଓ ପାହାଡ ର ଝର
ଶୀତୁଆ ଗୁଟୁଖା ର ବାସ୍ନା
ପୂଣ୍ଣମୀ ଶିତଳ ର ଜୋସ୍ନା
ସକାଳୁଆ ଅନ୍ଧାର କୁହୁଡି
ମନ ଚାହେଁ ଗରମ ପକୁଡି
ଏ ସବୁ ଶିତୁଆ ଆଚାର
ନ ପାଏ ଯିଏ ସେ ନାଚାର …
✍️ସନ୍ଦୀପ କୁମାର କର