News
WhatsApp Image 2023-10-04 at 17.25.00
samparksetu

ନର୍ସରୀ କେୟାରଟେକର ଙ୍କ ସନ୍ଦେହ ଜନକ ହତ୍ୟା

ଭୁବନ ଥାନା ଅନ୍ତର୍ଗତ ବ୍ରାହ୍ମଣୀ ନଦୀ କୂଳରେ ଥିବା ସାଇ ନର୍ସରୀ ର କେୟାରଟେକର ଅଲେଖ ସେନାପତି (୨୫) ଙ୍କୁ କେହି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଆଜି ସନ୍ଧ୍ୟା ପ୍ରାୟ ୭ ଟା ବେଳକୁ ଏହି ହତ୍ୟା କାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି ।

ନର୍ସରୀ ବନ୍ଦ କରି ଶ୍ରମିକ ମାନେ ଘରକୁ ଯିବା ପରେ ଏଭଳି ଘଟଣା ଘଟିଛି , ତେବେ ତାଙ୍କ ଫୋନ କୁ ବାରମ୍ବାର ତାଙ୍କ ଭାଇ ଚକ୍ରଧର ଫୋନ କରିଥିଲେ । ଫୋନ ନଉଠାଇବାରୁ ସେ ଘଟଣା ସ୍ଥଳରେ ମୁର୍ମୁଷ ଅବସ୍ଥାରେ ପଡ଼ିଥିଲେ ।

ସାଙ୍ଗେ ସାଙ୍ଗେ ଡାକ୍ତରଖାନାକୁ ନେଇ ଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଅକ୍ଷୟ ସେନାପତି ଙ୍କ ପୁଅ ଅଟନ୍ତି ,ତାଙ୍କ ଘର ଗଁଦିଆ ବ୍ଲକ ମନ୍ଦାର ଚିତ୍ତଲପୁର ଗ୍ରାମ ରେ ।ଏବେ ନର୍ସରୀ ଟି ଜଣେ ପୂର୍ବତନ ସୈନିକ ଙ୍କ ହୋଇଥିବାର ସୂଚନା ।

new life
You might also like
error: Content is protected !!