News
WhatsApp Image 2023-10-04 at 17.25.00
samparksetu

ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଜିଲ୍ଲା ସମ୍ମିଳନୀ ,ଭାଷା ବିଜ୍ଞାନର ଗବେଷଣା ଆବଶ୍ୟକ

ଢେଙ୍କାନାଳ ସହରସ୍ଥିତ କୁଞ୍ଜକାନ୍ତ ଠାରେଥିବା ମତ୍ସ୍ୟବିଭାଗ ସମ୍ମିଳନୀ କକ୍ଷରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଜିଲ୍ଲା ଶାଖାର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ସମଗ୍ର ବିଶ୍ୱକୁ ଫୋନିଟିକ୍ସର ବାର୍ତ୍ତା ଦେଇଥିବା ଭାଷା ବିଜ୍ଞାନୀଙ୍କ କାର୍ଯ୍ୟଉପରେ ଗବେଷଣା ସହିତ ଅଧିକ ଆଲୋଚନା ହେବା ଆବଶ୍ୟକ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ ।

ଜିଲ୍ଳା ଶାଖାର ସଭାପତି ବିଶିଷ୍ଟ ଶିକ୍ଷାବିତ, ଓଡିଆ ସାହିତ୍ୟର ପଖ୍ୟାତଯଶା କବି ତଥା ପାଲା ଗାୟକ ଦୁର୍ଗାମାଧବ ପୁଷ୍ଟିଙ୍କ ପ୍ରତକ୍ଷ୍ୟ ତତ୍ତ୍ୱ।ବଧାନରେ ଭାଷା ବିଜ୍ଞାନୀ ତଥା ପ୍ରାବନ୍ଧିକ ଗୋଲୋକ ବିହାରୀ
ଧଳଙ୍କ ସାମଗ୍ରୀକ କୃତି ଏବଂ ଓଡିଆ ଭାଷାକୁ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ।

ଏହି ଆଲୋଚନା ଚକ୍ରରେ ଛଦେଶ ସାହିତ୍ୟ ସଂସଦର ସଭାପତି ନୀଳମଣି ମହାରଣା ସଭାପତିତ୍ୱ କରିଥିବା ବେଳେ ଅତିଥି ଭାବରେ ପ୍ରଫେସର ଲେଖକ ପ୍ରଫୁଲ୍ଲ କୁମାର ପାଣି,ଲୋକନାଥ ଷଢଙ୍ଗୀ,ପ୍ରବଚକ ଦିବାକର ନନ୍ଦ,ଓଡିଶା ସାହିତ୍ୟଏକାଡେମୀର ସଦସ୍ୟ କବି ବାହାଦୂର ପାଟସାହାଣୀ,ଅଖିଳ ଭାରତୀୟ ସାହିତ୍ୟ ପରିଷଦର ପ୍ରାନ୍ତ କାର୍ଯ୍ୟକର୍ତ୍ତା ତଥା ବରିଷ୍ଠ ପ୍ରାବନ୍ଧିକ ଗବେଷକ ସନ୍ତୋଷ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଢେଙ୍କାନାଳ ଜିଲ୍ଲାର ଏକ ଛୋଟ ଗ୍ରାମ ଗଞ୍ଜେଇଡିହରୁୂ ଜନ୍ମନେଇ ସମଗ୍ର ବିଶ୍ୱକୁ ଭାଷା ବିଜ୍ଞାନର ସୁକ୍ଷ୍ମ ତତ୍ୱ ପ୍ରଦାନ କରିଥିବାପ୍ରାବନ୍ଧିକ ତଥା ଭାଷା ବିଜ୍ଞାନର ଗୋଲୋକ ବିହାରୀ ଧଳଙ୍କ ଉପରେ ଗବେଷଣା ହେବା ଉଚିତ ବୋଲି ଅତିଥି ମାନେ ପ୍ରକାଶ କରିଥିଲେ । ଓଡିଆ ଭାଷାର ବିକାଶ ଏବଂ ଫୋନିଟିକ୍ସର ସ୍ରଷ୍ଟାଭାବରେ ପରିଚିତ ଗୋଲୋକ ବିହାରୀ ଧଳଙ୍କ ସାମଗ୍ରୀକ କୃତି ଉପରେ ଆଲୋଚନା ସହିତ ବିଦ୍ୟାଳୟ,ମହାବିଦ୍ୟାଳୟରେ ଶିକ୍ଷାଦାନ କରାଯିବା ସହିତ ଜିଲ୍ଲାରେ ରହିଥିବା ବରପୁତ୍ର ମାନଙ୍କର କୃତିକୁ ଲୋକଲୋଚନକୁ ଆଣିବା ଦରକାର ବୋଲି ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ତଥା କାନପୁରା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ପ୍ରାନ୍ତ କାର୍ଯ୍ୟକାରିଣୀ ସଦସ୍ୟ ନାରାୟଣ ନାୟକଙ୍କ ସହିତ ଅନୁଗୁଳର ରାମକୃଷ୍ଣ ତ୍ରିପାଠୀ,କାମାକ୍ଷାନଗରର
ନିରଞ୍ଜନ ସାହୁ,ଛଦେଶ ସାହିତ୍ୟ ସଂସଦର ମନୋଜ କୁମାର ସାହୁ,ସତ୍ୟଜିତ ନାୟକ,କରମୂଳର ବରିଷ୍ଠ ଶିଶୁ ସାହିତ୍ୟିକ ଦିନବନ୍ଧୁ ପୋଇ, ପ୍ରଭାତି ମହାପାତ୍ର,କୁଶଧ୍ୱଜ ପ୍ରଧାନ,ବୈକୁଣ୍ଠବିହାରୀ ସ୍ୱାଇଁ,ରମେଶ ଚନ୍ଦ୍ର ମହାନ୍ତ,କାଦମ୍ବରୀ ମହାକୁଡ,ଦେବରାଜ ସାହୁଙ୍କ ସହିତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

new life
You might also like
error: Content is protected !!