News
WhatsApp Image 2023-10-04 at 17.25.00
samparksetu

ଅଚେତ ହେଲେ ୨ବିଦ୍ୟାଳୟର ୭ ଛାତ୍ରୀ

ଆଜି ଦୁଇଗୋଟି ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ବିଦ୍ୟାଳୟ ରୁ ମୋଟ ୭ଜଣ ଛାତ୍ରୀ ଅଚେତ ହୋଇ ଯାଇଥିବାର ଜଣାପଡିଛି ।

ଗଁଦିଆ ବ୍ଲକର ବିଶ୍ୱନାଥପୁର ଠାରେ ଥିବା ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ୪ଜଣ ଛାତ୍ରୀ ଗଣିତ ପାଠ ଉପରେ ଥିବା ସମସ୍ୟାର ସମାଧାନ ପାଇଁ ଶିକ୍ଷକଙ୍କ ପାଖକୁ ଯାଇଥିଲେ ସେଠାରୁ ଧାଇଁ କରି ଆସିବା ପରେ ଶ୍ରେଣୀ ଗୃହରେ ହଟାତ ଅଚେତ ହୋଇ ଯାଇଥିଲେ । ତୁରନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷ ଶ୍ରୀରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରିଥିଲେ ।

ଡାଳସିଂହ ମାର୍ଥାପୁର ହାଇସ୍କୁଲରେ ଚାଲିଥିବା ବାର୍ଷିକ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରୀଙ୍କ ମଧ୍ୟରୁ ୩ଜଣ ଛାତ୍ରୀ ଦୌଡ଼ ରେ ଅଂଶ ଗ୍ରହଣ କରିଥିଲେ ସେମାନେ ଖେଳ ସମୟରେ ହଟାତ ଅଚେତ ହୋଇଯାଇଥିଲେ ,ବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠି ସ୍ୱାସ୍ଥ୍ୟ କୁ ଆଣିଥିଲେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଯାଇଥିଲେ ।

new life
You might also like
error: Content is protected !!