News
WhatsApp Image 2023-10-04 at 17.25.00
samparksetu

ଦ୍ରୁତଗାମି ଗାଡ଼ି ନେଲା ଗୁଡୁର ଜୀଵନ

ଢେଙ୍କାନାଳ ସଦର ଥାନା ବେଲଟିକିରି କଲେଜ ଛକରେ ଦ୍ରୁତଗାମି କାର ଧକ୍କାରେ ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି । ମୃତ ନାବାଳକ ହେଲେ ବେଲଟିକିରି ଉପରସାହିର ସିନୁ ପଟ୍ଟନାୟକଙ୍କ ପୁଅ ଅଭିଜିତ ପଟ୍ଟନାୟକ(୮) ବା ଗୁଡୁ ବୋଲି ଜଣାଯାଇଛି । ସେ ବେଲଟିକିରି ସରସ୍ୱତୀ ଶିଶୁ ମନ୍ଦିରର ୨ୟ ଶ୍ରେଣୀର ଛାତ୍ର ଥିଲେ ।

ସୂଚନା ଅନୁସାରେ, ଗତକାଲି ଅପରାହ୍ନରେ କଲେଜ ଛକ ନିକଟରେ ଏକ କ୍ରିକେଟ ମ୍ୟାଚ୍ ହେଉଥିଲା । ତାହା ଦେଖିବା ପାଇଁ ଗୁଡୁ ବାପାଙ୍କ ସହିତ ରାସ୍ତା ପାର ହେବା ସମୟରେ ଦ୍ରୁତଗତିରେ ଆସି ଏକ କାର ଧକ୍କା ଦେଇ ଚାଲିଯାଇଥିଲା । କାରଟି କରମୂଳରୁ ଆସୁଥିବାର ସୂଚନା ।

ସ୍ଥାନୀୟ ଲୋକେ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ଗୁରୁତର ଥିବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି । 

new life
You might also like
error: Content is protected !!