ପୂରୁବ ଆକାଶେ ସୀମନ୍ତିନୀ ହସେ
ନବ ଅରୁଣିମା ସାଥେ
ସୁନେଲି ଚାଦର ଆହାକି ସୁନ୍ଦର
ଭବ୍ୟ ଉନ୍ମାଦନା ମର୍ତ୍ତ୍ୟେ ll
ବିଦାୟ ନେଲାଣି ପୁରୁଣା ବରଷ
ବହୁ ସ୍ମୃତି କୀର୍ତ୍ତି ଧରି
ନବ ବର୍ଷ ଆସି ପାଦ ଥାପିଲାଣି
ଧରଣୀର ବକ୍ଷ ଚିରି ll
ଭୁଲି ଦୁଃଖ ଶୋକ ଯାତନା ଅନେକ
ମନୁ ଫିଙ୍ଗି ଆବର୍ଜନା
ପ୍ରଶାନ୍ତ ଚିତ୍ତରେ ହେଵା ଏକାକାର
କରି ପ୍ରଭୁ ଆରାଧନା ll
ଜନମ ମରଣ କଥା ଦି ଦିନର
ଏଇ ଅଛି ଏଇ ନାହିଁ
ପ୍ରୀତି ବନ୍ଧନରେ ବାନ୍ଧି ହେଵା ସର୍ବେ
ଜଗତ ଉଦ୍ଧାର ପାଇଁ ll
ଜୟ ଜଗନ୍ନାଥ ପ୍ରାଣୀଙ୍କ ଆରତ
ରକ୍ଷା କର ଚକ୍ରପାଣି
ତୁମରି ସୃଷ୍ଟିକୁ ତୁମେହିଁ ପାଳୁଛ
ଆହେ ବିଶ୍ୱ ଚିନ୍ତାମଣି ll
ସବୁରି ହୃଦୟେ ଭରି ଦିଅ ଖୁସି
ସୁଖ ସମୃଦ୍ଧିର ବାର୍ତ୍ତା
ଏତିକି ମିନତି କରୁଛି ଠାକୁରେ
ରଖିବ ଜଗତ କର୍ତ୍ତା l
✍️ଗୀତାଞ୍ଜଳି ପୃଷ୍ଟି