News
WhatsApp Image 2023-10-04 at 17.25.00
samparksetu

ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ

କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କାନପୁରା ସ୍ଥିତ ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟା ପକ୍ଷରୁ ବ୍ଲକ ସ୍ତରୀୟ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବ ରେ ବ୍ଲକ ରୁ ବାର ଗୋଟି ବିଦ୍ୟାଳୟ ରୁ ତେୟାଅଶି ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରି ଥିଲେ ।

ବ୍ଲକ ଓଷ୍ଟା ସଭାପତି ପ୍ରିୟବ୍ରତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ଉତ୍ସବ ରେ ଅବସପ୍ରାପ୍ତ ଜିଲ୍ଲା ଶିକ୍ଷା ନିରୀକ୍ଷକ ମାୟାଧର ପାଣି ମୁଖ୍ୟ ଅତିଥି, ଢେଙ୍କାନାଳ ଜିଲ୍ଲା ଓଷ୍ଟା ର କାର୍ଯ୍ୟକାରୀ ସଭାପତି ପିତାମ୍ବର ଦାଶ ମୁଖ୍ୟ ବକ୍ତା , ଆଜୀବନ ସଭାପତି ପ୍ରମୋଦ କୁମାର ମିଶ୍ର , ଅବସପ୍ରାପ୍ତ ଶିକ୍ଷାବିତ୍ ବଟକୃଷ୍ଣ ଦାସ, ଶିକ୍ଷାବିତ ଲୋକନାଥ ଷଡ଼ଙ୍ଗୀ, ଶିକ୍ଷାବିତ୍ କୈଳାଶଚନ୍ଦ୍ର ପୃଷ୍ଟି , ଶିକ୍ଷାବିତ କୈଳାଶ ଚନ୍ଦ୍ର ରାଉତ , ଶିକ୍ଷାବିତ ଜଗତ କୁମାର ରାଉତ , ଓଷ୍ଟା ର ଜିଲ୍ଲା ସଂଘ ଉପଦେଷ୍ଟା ବିନୋଦ କୁମାର ସ୍ବାଇଁ , ଅବସପ୍ରାପ୍ତ ପ୍ରଧାନ ଶିକଷୟିତ୍ରୀ ସଂଯୁକ୍ତାରାଣୀ ନାୟକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ।

କୋଡିଏ ଜଣ କୃତି ପ୍ରତିଯୋଗୀ ଙ୍କୁ ଆସନ୍ତା ବାଇଶି ତାରିଖ ରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ଉତ୍ସବ ରେ ଭାଗ ନେବାପାଇଁ ମନୋନୀତ କରାଗଲା । ଉଦଯାପନ ଉତ୍ସବରେ କାମାକ୍ଷାନଗର ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ମୁଖ୍ୟ ଅତିଥି , କାମାକ୍ଷାନଗର ଭାରପ୍ରାପ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ତଥା ସାରଙ୍ଗଧର ଉଚ୍ଚ ବିଦ୍ୟାଳୟର ପ୍ରଧାଶିକ୍ଷକ ଜଗବନ୍ଧୁ ଜେନା ସ୍ଵତନ୍ତ୍ର ଅତିଥି , ନାଟ୍ୟକାର ତଥା ନାଟ୍ୟ ନିର୍ଦେଶକ ମଧୁସୁଦନ ସେଣ୍ଢ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଭିନ୍ନ ବିଭାଗରେ ପ୍ରଥମ , ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କୃତ କରିଥିଲେ ।

ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।ଶିକ୍ଷକ ନିରଞ୍ଜନ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ସଂଯୋଜନା କରିଥିଲେ ବ୍ଲକ ସମ୍ପାଦକ ଗଜେନ୍ଦ୍ର କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ଶିକ୍ଷକ ସୁରେଶ କୁମାର ବିଶ୍ବାଳ , ଚନ୍ଦ୍ରମଣି ଲେଙ୍କା , ରୁଦ୍ରନାରାୟଣ ପରିଡ଼ା , ବାନାର୍ଜୀ ମହାନ୍ତି , ପ୍ରହଲ୍ଲାଦ ସାହୁ , ମହେଶ୍ୱର ବେହେରା , ନିର୍ମଳ ମହାନ୍ତି , ଦିଲ୍ଲୀପ କୁମାର ନନ୍ଦ , ଶିକ୍ଷୟିତ୍ରି କବିତା ରାଉତ, ପ୍ରଭାତୀ ସାହୁ , ଗୀତା ମହାପାତ୍ର , ଶିକ୍ଷା କର୍ମଚାରୀ ଗିରିଶ ମହାନ୍ତି , ରବିନାରାୟଣ ରାଉତ , ଶାନ୍ତନୁ ରାଉତ ଙ୍କ ସମେତ ଓଷ୍ଟା ର ସଦସ୍ୟ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରି ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

new life
You might also like
error: Content is protected !!