News
WhatsApp Image 2023-10-04 at 17.25.00
samparksetu

ବଜରଙ୍ଗ କ୍ଲବ୍ ପକ୍ଷରୁ ୪୧୪ ୟୁନିଟ୍ ରକ୍ତ ସଂଗୃହୀତ

ଢେଙ୍କାନାଳ ଜିଲ୍ଲାରେ ରକ୍ତର ଆବଶ୍ୟକତା ଓ ଅଭାବକୁ ଦେଖି ଢେଙ୍କାନାଳ ସହରର ଅଗ୍ରଣୀ ଯୁବ ଅନୁଷ୍ଠାନ ବଜରଙ୍ଗ କ୍ଲବ୍ ତରଫରୁ ୨୮ତମ ଆଦର୍ଶ ରକ୍ତଦାନ ଶିବିର ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍‌ଠାରେ ଅନୁଷ୍ଠିତ ହୋଇଯାଇଅଛି ।

ବଜରଙ୍ଗ କ୍ଲବ୍ ଦ୍ୱାରା ଆୟୋଜିତ ଏହି ଶିବିରରେ ମୋଟ୍ ୪୧୪ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ଏହି ଶିବିର ଏଚ୍‌.ଡି.ଏଫ୍‌.ସି.ବ୍ୟାଙ୍କ ସହାୟତାରେ କରାଯାଇଥିଲା । ଏହି ଶିବିର ସକାଳ ୮ ଘଟିକା ରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ଏହି ଶିବିରକୁ ମୁଖ୍ୟଅତିଥି ଭାବେ ସାଂସଦ ମହେଶ ସାହୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଉପ-ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ୩ନଂ ୱାର୍ଡର ପାରିଷଦ ଅଭିମନ୍ୟୁ ପଣ୍ଡା, ୪ନଂ ୱାର୍ଡର ପାରିଷଦ ଲିପିକା ଦାସ, ୭ନଂ ୱାର୍ଡର ପାରିଷଦ ସସ୍ମିତା ଭଞ୍ଜ, ୧୨ନଂ ୱାର୍ଡର ପାରିଷଦ ଶୁଭଲକ୍ଷ୍ମୀ ସାହୁ, ବିଧାୟକଙ୍କ ପ୍ରତିନିଧି ଅଜୟ ଭଞ୍ଜ ଓ ଢେଙ୍କାନାଳ ଚାମ୍ବର ଅଫ୍ କମର୍ସ ସଭାପତି ରାଜେନ୍ଦ୍ର କୁମାର ହିନ୍ଦୋଚା ପ୍ରମୁଖ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କ୍ଲବ୍‌ର ସଂପାଦକ ଶୁଭେନ୍ଦୁ କୁମାର ଷଡଙ୍ଗୀ, କୋଷାଧ୍ୟକ୍ଷ ପ୍ରିୟବ୍ରତ ସାସ୍‌ମଲ୍‌, ବରିଷ୍ଠ ସଭ୍ୟ ସୁବ୍ରତ ଦାସ, ଦେବାଶିଷ ଦାସ, ରତିରଞ୍ଜନ ପଣ୍ଡା, ଶଶି ଭୂଷଣ ପରିଡା, ସିଦ୍ଧାର୍ଥ ପ୍ରୀତମ୍ ମହାନ୍ତି, ସଞ୍ଜିବ ପଣ୍ଡା, ଆଦିତ୍ୟ ନାରାୟଣ ପାଣି, ଦେବାଶିଷ ମିଶ୍ର, ଶଙ୍କଟ ଭଞ୍ଜନ ବେହେରା, ସୌମ୍ୟରଞ୍ଜନ ପାଢୀ, ବିକାଶ ହିନ୍ଦୋଚା, ସଭ୍ୟ ସଞ୍ଜୟ ବେହେରା, ରବିନ୍ଦ୍ର ସୋନି, ପି.ଆଞ୍ଜନେୟ, ରାଜେଶ ବେହେରା, ଦେବାଶିଷ୍ ନାୟକ, ଦେବାଶିଷ ମହାପାତ୍ର, ବିଭୁପ୍ରସାଦ ମହାପାତ୍ର, କୃଷ୍ଣଚନ୍ଦ୍ର ନାୟକ, ରାକେଶ ପାତ୍ର, ବଜରଙ୍ଗ କ୍ଲବ୍ ସୂଚନା ଓ ପ୍ରସାରଣ ବିଭାଗର ମୁଖ୍ୟ ପ୍ରବିଣ ସାହୁ, କଙ୍କଡାହାଡ ବଜରଙ୍ଗ କ୍ଲବ୍‌ର ସଭାପତି ଜିତେନ୍ଦ୍ର ବେହେରା, ସଂପାଦକ ବିଶ୍ୱଜିତ୍ ବେହେରା, ସଭ୍ୟ ମଳୟ ବିନ୍ଧାଣୀ, ବନମାଳି ପ୍ରସାଦ ଶାଖାର ରାକେଶ ରାଉତ, ମଠକରଗୋଳା ଶାଖାର ସମସ୍ତ ସଦସ୍ୟଙ୍କ ସମେତ ବଜରଙ୍ଗ କ୍ଲବ୍‌ର ସମସ୍ତ କନିଷ୍ଠ ସଭ୍ୟ ଜ୍ୟୋତି ପ୍ରକାଶ ବେହେରା, ସୂର୍ଯ୍ୟକାନ୍ତ ବେହେରା, ପ୍ରୀତମ୍‌ମହାନ୍ତି, ଶୁଭମ୍ ବେହେରା, ଅମର ବେହେରା, ଶୁଭମ୍ ଗୁରୁଙ୍ଗ୍‌, ବୁବୁଲ୍ ଦାସ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।

ଢେଙ୍କାନାଳ ରକ୍ତଭଣ୍ଡାର ଅଧିକାରୀ ଜୟନାରାୟଣ ପାଢୀ, ଟେକ୍‌ନିସିଆନ୍ ପରମାନନ୍ଦ ପଣ୍ଡା, ରୋହିତ ଦାସ, ବିଜୟ ସେନାପତି, ମାନସ ବେହେରା,ରାଜେନ୍ଦ୍ର କୁମାର ମଲ୍ଲିକ, ଷ୍ଠାଫ୍ ନର୍ସ ବିନୋଦିନୀ ଯୋଗାନିଆ ଓ ମଳତୀଲତା ନାୟକ, ଆଟେଣ୍ଡାଂଟ୍ ଅଜୟ ସ୍ୱାଇଁ, ତପନ ଜେନା,ବରୁଣ ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।

new life
You might also like
error: Content is protected !!