News
WhatsApp Image 2023-10-04 at 17.25.00
samparksetu

ଯୁବତୀ ଙ୍କ ସନ୍ଦେହ ଜନକ ମୃତ୍ୟୁ

ଗଁଦିଆ ଥାନା ଅନ୍ତର୍ଗତ ଠାକୁରାପାଳ ଗ୍ରାମର ଚୈତନ୍ୟ ପୁହାଣଙ୍କର କନ୍ୟା ସସ୍ମିତା ପୁହାଣ (୨୦ବର୍ଷ) ଙ୍କର ଗତ କାଲି ରାତିରେ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ କେସ ନଂ୩୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଢେଙ୍କାନାଳ ମେଡିକାଲରେ ଆଜି ଶବ ବ୍ୟବଚ୍ଛେଦ କରାଯାଇଛି ।

ଏହି ଘଟଣା ସମ୍ପର୍କରେ ଗଁଦିଆ ଥାନା ଆଇଆଇସି ସତ୍ୟବ୍ରତ ଭୁତିଆ କୁହନ୍ତି ତାର ମୃତ୍ୟୁ ସାପ କାମୁଡ଼ାରେ ହୋଇଛି ବୋଲି ପରିବାର ଲୋକେ କହୁଛନ୍ତି ।ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ସଠିକ ଜଣା ପଡିବ ।

new life
You might also like
error: Content is protected !!