ବରଷା ଜଳର ଶୁଣ କାହାଣୀ
ଶ୍ରାବଣୀ ଅଟଇ ପୃଥିବୀ ରାଣୀ।(୧)
ବରଷା ମାନେନି ଶୀତ ବସନ୍ତ
ଶ୍ରାବଣରେ କରେ ନାତ ସଂଗୀତ।(୨)
ପୃଥିବୀର ମାଟି ଜୀବ ଜଗତ
ବରଷାରେ ହୁଏ ବନ୍ୟା ପ୍ରପାତ।(୩)
ବରଷା କୋପରେ ନଦୀ ସମୁଦ୍ର
ଫୁଲି ଉଠେ ଏଠି ଜଳର ଶ୍ରୋତ।(୪)
ଆସଇ ବରଷା ତୁହାକୁ ତୁହା
ଖଣ୍ଡ ପ୍ରଳୟରେ ହୁଏ ଦୁନିଆ।(୫)
ଦେଶ ବାସୀ ରାଜ୍ୟ ଜଳେ ଛାନିଆ
ଗାଁ ଦାଣ୍ଡ ଭାସେ ଜଳରେ କାୟା।(୬)
ଭାସିଯାଏ ଏଠି ଘର ସଂସାର
କାନ୍ଥ ବାଡ଼ ପଡି ମରନ୍ତି ନର।(୭)
ବରଷା ବତାଷି ଗରଜି ଉଠେ
ଚାଷୀ ମୂଲିଆଙ୍କ ଜୀବନ ତୁଟେ ।(୮)
ପ୍ରଖର ବନ୍ୟାରେ ଯାଆନ୍ତି ଭାସି
ପଶୁ ପକ୍ଷୀ ଅବା ମଣିଷ ଜାତି।(୯)
ଉଜୁଡିଯାଏଯେ,ଚାଷୀର କ୍ଷେତ
କାନ୍ଥ ବାଡ଼ ଭାଙ୍ଗେ କରାଳ ଶ୍ରୋତ।(୧୦)
“ହା”କାର ପଡେ ‘ଗାଁ’ ବନ୍ଧରେ
ଭୋକ ବିକଳରେ ଲୋତକ ଧାରେ।(୧୧)
ଡଙ୍ଗା,ବୋଟରେ ଚାଲେ ଉଦ୍ଧାର
ରିଲିଫ୍ ଯୋଗାନ୍ତି ଆମ ସରକାର।(୧୨)
ଲୋକ ପ୍ରତିନିଧି ଯାଆନ୍ତି ମେଳେ
ପାଣି କାଦୁଅରେ ମନ୍ତ୍ରୀ ଗହଳେ।(୧୩)
ବନ୍ୟା ବିପନ୍ନଙ୍କ ଉଦ୍ଧାର ପାଇଁ
ସରକାରୀ ବାବୁ ଆସନ୍ତି ଧାଇଁ(୧୪)
ବନ୍ୟାରେ ହୁଅଇ ରାସ୍ତା ବେହୋଲ
ଘାଇ ହୋଇ ଯାଏ ଭାଙ୍ଗଇ ପୋଲ।(୧୪)
ଛୁଆ ପିଲା ଧରି ରାତି ଅନ୍ଧାରେ
ପଶୁ ପକ୍ଷୀ ସଂଗେ ଭାସନ୍ତି ନୀରେ।(୧୫)
ନଦୀ ନାଳ ବିଲ ଗର୍ଜନେ ରଡି
ଗଛ ଲତା ଗୃହ ନିମିଷେ ତଡ଼ି ।(୧୬)
ଦାରୁଣ ଦଇବ ପ୍ରକୃତିର ବନ୍ୟା
ହିଂସ୍ର ଜୀବଜନ୍ତୁ କରେ ଛାନିଆ।(୧୭)
ତଥାପି ମଣିଷ କରେ ଲଢେଇ
ବନ୍ୟାର ଦାଉରୁ ଉଦ୍ଧାର ପାଇଁ।(୧୮)
ବାଦଲ ଫଟାର କରାଳ ବର୍ଷା
ଜୀବ ନ କାଟନ୍ତି ପଡ଼ି ଦୁର୍ଦ୍ଦଶା।(୧୯)
ବରଷା ଋତୁଟି ମଂଗଳ କାରୀ
ବୃକ୍ଷ ଲତା ବଣ ଉଠଇ ଭରି।(୨୦)
ବର୍ଷାରେ ଉଡ଼ନ୍ତି ପକ୍ଷୀ ଆକାଶେ
ଭୟ ନଥାଏ ଯେ ଝଡ଼ ବତାସେ ।(୨୧)
ଏତିକି ପ୍ରାର୍ଥନା ପ୍ରଭୁ କାଳିଆ
ବନ୍ୟା ବିପନ୍ନଙ୍କୁ ହୁଅନ୍ତୁ ସାହା।(୨୨)
ଜଗନ୍ନାଥ ପ୍ରଭୁ ବଡ଼ଠାକୁର
ପ୍ରାଣି ଜଗତଙ୍କୁ ଉଦ୍ଧାର କର।(୨୩)
ବନ୍ୟାର ଆଶଙ୍କା ଶୁଣିବ ଯିବେ
ଉଚ୍ଚ ସ୍ଥାନ ଦେଖି କରିବ ବିଜେ।(୨୪)
ରହିବ ଆନନ୍ଦେ ପିଲାଙ୍କୁ ଧରି
ସରକାର ଦେବେ ଉଦ୍ଧାର କରି।(୨୫)
ଏତିକି ଲେଖୁଛି ବନ୍ୟା କାହାଣୀ
ଭୁଲଥିଲେ କ୍ଷମା ଭାଇ ଭଉଣୀ।(୨୬)
✍️ଛବିରାମ ସେଠୀ