News
WhatsApp Image 2023-10-04 at 17.25.00
samparksetu

ସବର୍ଣ୍ଣ ମାନେ ଧାନ କାଟିନେଲେ ; ଣୁଣିଲାନି କାମାକ୍ଷାନଗର ପୋଲିସ,ଗ୍ରାମବାସୀ ଏସପିଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ରାଇବୋଲ ମହୀଧରପୁର କମଣା ଗ୍ରାମରେ ଜଙ୍ଗଲ ଜମିରେ ଚାଷ କରିଥିବା ଧାନକୁ କେତେକ ସବର୍ଣ୍ଣ ବ୍ୟକ୍ତି କାଟିନେବାକୁ ମସୁଧା କରୁଥିବା ବେଳେ ବମ ପକାଇ ହତ୍ୟା କରିବାକୁ ଧମକ ଚମକ ଦେଉଛନ୍ତି । ତେବେ ଏହି ଘଟଣାରେ କାମାକ୍ଷାଗର ପୋଲିସ ନିରବଦ୍ରଷ୍ଟା ସାଜିଛି ।

ଏହାକୁ ନେଇ ଗ୍ରାମବାସୀ ମାନେ ଏସପିଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ମହୀଧରପୁର କଙ୍କଣା ଗ୍ରାମରେ କେତେକ ଚାଷୀ ୨୦୦୭ମସିହାରୁ ଜଙ୍ଗଲ ଜମି ପଟ୍ଟା ପାଇଥିବା ବେଳେ ୫୦ ବର୍ଷ ଧରି ଦଖଲରେ ରହିଛନ୍ତି । କଙ୍କଡାହାଡ ତହସିଲ ପକ୍ଷରୁ ଚାଷୀ ମାନଙ୍କୁ ଜମି ପଟ୍ଟା ପ୍ରଦାନ କରାଯାଇଥିବା ବେଳେସେହି ଜମିରେ ଚାଷୀମାନେ ଧାନ ଚାଷ କରୁଛନ୍ତି । ଗତ ୨୦୨୧/୨୨ ଏବଂ ଚଳିତ ବର୍ଷ ଚାଷୀ ମାନେ ଧାନ ଫସଲ କରିଛନ୍ତି ।

ଗତ ବର୍ଷ କମଣା ଏବଂ ମହୀଧରପୁରର କେତେକ ଚାଷୀ ଫସଲ କାଟି ନେଇଥିବା ବେଳେ ଚଳିତ ବର୍ଷ ଡିସେମ୍ବର ୪ ତାରିଖରେ ଧାନ ଫସଲ କାଟିନେଇଛନ୍ତି । ଗ୍ରାମର ସୁଧାକର ବେହେରା,ବୁଦ୍ଧିଅ।ବେହେରା, ଗଦାବେହେରା,ଗୋପାଳ ବେହେରା, ଅରୁଣ ବେହେରା,ଶ୍ରୀଧର ବେହେରା, ଗଙ୍ଗାଧର ସେଠୀ, ଅଭିନ୍ନ ସେଠୀ,ଲଖି।ସେଠୀ,ପ୍ରମୋଦ ସେଠୀ,କେରିଆପାଳର ତ୍ରିଲୋଚନ ମହନ୍ତ,କହ୍ନେଇପାଳର ଶ୍ରୀକାନ୍ତ ସାହୁ,ରାମ ସାହୁ, ଶ୍ୟାମ ସାହୁ, କଙ୍କଣା ଗ୍ରାମର ନନ୍ଦ କିଶୋର ସାହୁ, ବିଜନ ନାୟକ, ବିପ୍ରବର ନାୟକ,କାହୁଚରଣ ମହାନ୍ତ,ଶ୍ରୀଧର ବାରିକ,ଶଙ୍କର ନାୟକ ପ୍ରମୁଖ ଜମିକୁ ଯାଇ ଧମକ ଚମକ ଦେବା ସହିତ ପ୍ରତିବାଦ କଲେ ହତ୍ୟା କରିବାକୁ ଧମକ ଦେଇଥିଲେ ।

ଚଳିତ ବର୍ଷ ଧାନ କାଟିନେବା ପରେ କାମାକ୍ଷାନଗର ଉପଜିଲ୍ଲାପାଳ ଏବଂ ଥାନାଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବାରୁ ଚାଷୀ ମାନେ ଗତ ୫ତାରିଖ ଦିନ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ।ଏହି ଘଟଣାକୁ ନେଇ କାମାକ୍ଷାନଗର ଏସଡିପିଓଙ୍କ ସହିତ କଙ୍କଡାହାଡ ତହସିଲଦାର,ସ୍ଥାନୀୟ ଆରଆଇ,ସରପ ଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠୀଙ୍କୁ ବସାଇ ସମସ୍ୟାର ସମାଧାନ କରାଯାଇଥିଲା । ଯେଉଁମାନେ ଧାନ କାଟି ନେଇଥିଲେ ସେମାନେ ଧାନ କରିଥିବା ଲୋକଙ୍କ ଧାନ ଫେରାଇ ଦେବା ସହିତ ଜମି ଚିହ୍ନଟ ନହେବା ପର୍ଯ୍ୟନ୍ତ ସେ ଜମିରେକେହି ପ୍ରବେଶ ନକରିବାକୁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ ।

କିନ୍ତୁ ରାଇବୋଲ ସରପ ସାଧା କାଗଜରେ ଦସ୍ତଖତ ନେଇଯାଇଥିବାର ଜଣାପଡିଛି ।ଘଟଣାକୁ ନେଇ ୧୭ ତାରିଖରେ କାମାକ୍ଷାନଗର ଥାନାରେ ଜଣାଇଲେ ମଧ୍ୟ ଥାନାଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରିନଥିବାର ଅଭିଯୋଗ ହୋଇଛି ।ଫଳରେ ଗ୍ରାମବାସୀ ମାନେ ପୁଣି ଥରେ ଘଟଣାକୁ ନେଇ ଏସପିଙ୍କ ଦ୍ୱାରସ୍ତ ହୋଇଥିବାର ଜଣାପଡିଛି ।

new life
You might also like
error: Content is protected !!