News
WhatsApp Image 2023-10-04 at 17.25.00
samparksetu

ରାଜ୍ୟ ମହିଳା ମୋର୍ଚ୍ଚାର ପ୍ରବାସ କାର୍ଯ୍ୟକ୍ରମ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ରେଙ୍ଗାଳି ପାଣିପଞ୍ଚାୟତ ସଭା ଗୃହରେ ଶୁକ୍ରବାର ଅପରାହ୍ନରେ ରାଜ୍ୟ ମହିଳା ମୋର୍ଚ୍ଚାର ପ୍ରବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲାକୁ ୨ ଦିନିଆ ଗସ୍ତରେ ଆସିଥିବା ଉତ୍ତରପ୍ରଦେଶର ମହିଳା ମୋର୍ଚ୍ଚାର ନେତ୍ରୀ ଆୟୁସି ଶ୍ରୀମାଲି ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।

ଅନ୍ୟତମ ମଞ୍ଚାସୀନ ଅତିଥି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିରୋଦା ନଳିନୀ ମହାଳିକ ,ଜିଲ୍ଲା ମହିଳା ମୋର୍ଚ୍ଚା ସଦସ୍ୟା ମମତା ସ୍ୱାଇଁ , ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ଦଳ ବେହେରା ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପରଜଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ବିଭୁତି ଭୁଷଣ ପ୍ରଧାନ ,ଜିଲ୍ଲା ସଭାପତି ନରେଶ ମହାପାତ୍ର , ବ୍ଲକ ଉପାଧ୍ୟକ୍ଷା ଯଶସ୍ଵିନୀ ରାଉତ ,ଲକ୍ଷ୍ମୀଧର ସାହୁ,ପ୍ରଶାନ୍ତ କୁମାର ଦଳ ବେହେରା,ସନ୍ତୋଷ ରାଉତ ,ରାଜ୍ୟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଦୀପକ କୁମାର ଗୋଛାୟତ , କୁଆଳୁ ମଣ୍ଡଳ ସଭାପତି ଦୟାନିଧି ସାହୁ,ପରଜଙ୍ଗ ମଣ୍ଡଳ ସଭାପତି ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ସମସ୍ତ ଦଳୀୟ ପଞ୍ଚାୟତ ଜନପ୍ରତିନିଧି ଓ ଶତାଧିକ ମହିଳା ଓ ସକ୍ରିୟ କର୍ମୀ ଉପସ୍ଥିତ ଥିଲେ ।

କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚିବ ସେଥି ଲାଗି ଦଳର ପ୍ରମୁଖ ମଞ୍ଚାସୀନ ଅତିଥି ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ ।ଜିଲ୍ଲା ମହିଳା ମୋର୍ଚ୍ଚା ସମ୍ପାଦିକା ଦମୟନ୍ତୀ ପାଣି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବ୍ଲକ ଉପାଧ୍ୟକ୍ଷା ଯଶସ୍ଵିନୀ ରାଉତ ମଞ୍ଚ ସଞ୍ଚାଳନ କରିଥିଲେ । ସଭା କାର୍ଯ୍ୟ ପରିଚାଳନା ପୂର୍ବରୁ ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଅତିଥି ବୃନ୍ଦ ଦୀପ ପ୍ରଜ୍ବଳନ କରିଥିଲେ ।ଏହା ପରେ ଅତିଥିଙ୍କୁ ବ୍ଲକ ମହିଳା ମୋର୍ଚ୍ଚା ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।

new life
You might also like
error: Content is protected !!