News
WhatsApp Image 2023-10-04 at 17.25.00
samparksetu

କାର ଓ ବାଇକ ମୁହାଁମୁହିଁ ଧକ୍କା ୨ଜଣ ଗୁରୁତର

କଙ୍କଡାହାଡ଼ ବ୍ଲକ ଡ଼ଙ୍ଗାପାଳ ଛକ ଠାରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।କଙ୍କଡାହାଡ଼ ବ୍ଲକ ପଥରଗଡ଼ ଗ୍ରାମର ମାଧବ ସିଂହ(୩୮) ଓ ଲୋଚନ ସାହୁ(୫୮) ଦୁଇଜଣ କୌଣସି କାମରେ ବାଇକରେ କାମାକ୍ଷାନଗର ରୁ ନିଜ ଗାଁ କୁ ଫେରୁଥିଲା ବେଳେ କଙ୍କଡାହାଡ଼ ଆଡୁ ଆସୁଥିବା ଏକ ଟିମ କୋଭିଡ ଚିକିତ୍ସାଳୟ କରିବା ପାଇଁ କଣ୍ଟାପାଳ ରୁ କାରରେ ଫେରୁଥିଲା ବେଳେ ଡଙ୍ଗାପାଳ ଛକ ଠାରେ ଅନୁମାନିକ ସମୟ ସନ୍ଧ୍ୟା ୬ ଟା ସମୟରେ କାର ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ରେ ଆସୁଥିବା ଦୁଇ ଜଣ ଗୁରୁତର ହେଇ ରାସ୍ତାରେ ପଡିଥିଲେ ।

ଗୁରୁତର ଙ୍କୁ ୧୦୮ ଆମ୍ବୁଲାନ୍ସ ଦ୍ୱାରା କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା ।ସେଠାରୁ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।ଦୁର୍ଘଟଣା ହେଇଥିବା ସ୍ଥାନରେ କଙ୍କଡାହାଡ଼ ପୋଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିଛି ।ଏ ସମ୍ପର୍କରେ କଙ୍କଡାହାଡ଼ ଥାନା ଅଧିକାରିଣୀ ନିର୍ମଳା ଗୋଛାୟତ କହିଛନ୍ତି ଦୁର୍ଘଟଣା ଘଟାଇଥିବା କାର ଚାଳକୁ ଥାନାରେ ଅଟକ ରଖାଯାଇଛି ,ଘଟଣାର ଅଧିକ ତଦନ୍ତ ଜାରିଅଛି ।

new life
You might also like
error: Content is protected !!