News
WhatsApp Image 2023-10-04 at 17.25.00
samparksetu

ଉଚ୍ଚଶିକ୍ଷା

ଉଚ୍ଚମନ ନେଇ ଉଚ୍ଚଆଶା ନେଇ
     ରାଜଧାନୀ  ଆସିଛି ଧାଇଁ,
ଗାଆଁ ଠୁ ସହର  ପଥ   ବହୁଦୂର
     ଉଚ୍ଚଶିକ୍ଷା ଲଭିବା ପାଇଁ ।

ମୋ ଜ୍ଞାତି କୁଟୁମ୍ବ ଦେଖି ନାହିଁ କେବେ
    ରାଜଧାନୀ ଚାଲି ଚଳନି,
ପାଦ ଥାପିବାକୁ ଦଶ ଥର ଭାବେ
     ତଥାପି ଭରଷା ପାଉନି ।

ସାଙ୍ଗ ସାଥି ଆଉ ଗୁରୁଜନ ବୃନ୍ଦ
   ମୋ ପାଇଁ ସବୁଠୁ ନିଜର,
ସ୍ନେହ ପ୍ରେମ ଆଉ ପ୍ରେରଣା ଆକଟ
      ଏଇତ ମୋର ପରିବାର ।

ଲଭି ଉଚ୍ଚ ଶିକ୍ଷା ଗାଆଁ ପାଇଁ ମୋର
    ହେବି ଏକ ଉଦାହରଣ,
ଅକାଳରେ କେବେ ଅନ୍ଧ ବିଶ୍ବାସରେ
     ହେବନି କାହାର ମରଣ ।

ବାପା ଜେଜେ ବାପା ସପନ ତାଙ୍କର
     ଦିନେ ହେବି ନିଶ୍ଚେ ଡାକ୍ତର,
ଜେଜେ ମାଆ ମୋର ଭରଷା ରଖନ୍ତି
       ମୁଁ ହେବି ବଡ଼ ଅଫିସର ।

କରିଛି  ଶପଥ    କରିବି    ସାକାର
      ସମ୍ପର୍କୀୟଙ୍କର ସପନ,
ପର ଉପକାରେ  ତାଙ୍କରି ସେବାରେ
     ବିତିଯାଉ ମୋର ଜୀବନ ।

ଜୀବନରେ  ଆସୁ ଯେତେ ଝଡ଼ ଝଞ୍ଜା
     ହେବି ନାହିଁ ତିଳେ କାତର,
ସପନ   ସାକାର   କରିବା  ପାଇଁକି
       ସଦା ହେଉଛି ଅଗ୍ରସର ।

✍️ସୁବ୍ରତ ସେଠୀ

new life
You might also like
error: Content is protected !!