ଭୁବନ ଥାନା ଅନ୍ତର୍ଗତ ଭଦଳିଆ ପଶି ଅଞ୍ଚଳରେ ଭଡାରେ ରହୁଥିବା ଜଣେ ଅଗ୍ନିଶମ କର୍ମଚାରୀ ଘରକୁ ଛୁଟି ରେ ଯାଇଥିବା ବେଳେ ତାଙ୍କ ଘରୁ ପ୍ରାୟ ଚାରି ଲକ୍ଷ ଟଙ୍କାର ସଂପତି ଚୋରି ହୋଇଥିବା ଥାନା ରେ ଅଭିଯୋଗ ହୋଇଛି ।
ପୋଲିସ ସୂତ୍ରରୁ ପ୍ରକାଶ ଯେ ,ଅଗ୍ନିଶମ କର୍ମଚାରୀ ଅମରଜିତ ପ୍ରଧାନ ଭୁବନ ଭଦଳିଆପଶିରେ ତକ୍ଷଶିଳା ବିଦ୍ୟାଳୟ ନିକଟରେ ଭଡା ରେ ରହୁଛନ୍ତି , ଅମରଜିତ ରବିବାର ଘରକୁ ଛୁଟି ରେ ଯାଇଥିଲେ ।ମଙ୍ଗଳବାର ନିଜ ଭଡା ଘରକୁ ଫେରି ଦେଖନ୍ତି ତ ଭିତର ପଟୁ କବାଟ ଦିଆ ଯାଇଥିଲା । ତେବେ ସିଡିଘର ପଟେ ପଶି ସେ ଦେଖନ୍ତି ତାଙ୍କ ଇନଭଟର ବ୍ୟାଟେରୀ, ଟ୍ରଲି ବ୍ୟାଗ ସହ ଟ୍ରଙ୍କ ଭାଙ୍ଗି ୨ ଲକ୍ଷ ଟଙ୍କା ରୁ ସୁନା ଗହଣା ଚୋରି ହୋଇଯାଇଛି । ଏ ନେଇ ସେ ଭୁବନ ଥାନାରେ ଅଭିଯୋଗ କରିଥିଲେ ।ପୋଲିସ ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତ ଜାରି ରଖିଥିବା ଜଣାଯାଇଛି ।