News
WhatsApp Image 2023-10-04 at 17.25.00
samparksetu

ନୂଆବର୍ଷ ଗପ

ନୂଆ ଶାଢ଼ୀ
 
ସରିତା ମା ତିନୋଟି ନୂଆ ଶାଢ଼ୀ କିଣିଥିଲା । ସରିତା ନିଜେ ବାଛିଥିଲା ଗୋଟିଏ ହାର ବୋଉ ପାଇଁ । ଶିବୁ କହିଥିଲା ଏଥର ନୂଆ ବର୍ଷରେ ଫେମିଲି ଭୋଜି କରିବା । ବୋଉ ! ତୁ ନୂଆ ଶାଢ଼ୀ ପିନ୍ଧିବୁ ଆଉ ନୂଆ ହାର ।
 
ନୂଆବର୍ଷ ଭୋଜିରେ କିନ୍ତୁ କମଳା ନୂଆ ଶାଢ଼ୀ କି ହାର ପିନ୍ଦିଲା ନାହିଁ । ସାନ ଯାଆ ପଚାରିବାରୁ କହିଲା “ହଁ ମ.. ବୟସ କୋଉ ପଳେଇଯାଉଛି ? ସରିତା ପାଇଁ ଗୋଟିଏ ପ୍ରସ୍ତାବ ଆସିଥିଲା । ଏଇ ଫେବ୍ରୁଆରୀ ରେ ଭାବୁଛି ତା ବାହାଘର କାମ ଉଠେଇ ଦେବି । ସେଇଥିପାଇଁ ନୂଆ ଜିନିଷ କିଛି ମଡ଼ା କରୁନାହିଁ । ତୁ କଣ କହୁଛୁ ?”

କୁକୁଡ଼ା
 
ନୂଆବର୍ଷ ଭୋଜିପାଇଁ ମୁଣ୍ଡା ସାଇରୁ ଗୋଟିଏ ଦେଶୀ କୁକୁଡ଼ା ନେଇଆଣି ବାନ୍ଧିଦେଲା ରଥିଆ ଘରପଛ ଓଳି ପାଖରେ । ବେବିନା କୋଉଠି ଥିଲା କେଜାଣି ଦୌଡ଼ିଆସି କୁକୁଡାଟି ଟେକିନେଇ କହିଲା “ଏତେଦିନ କହିଲା ପରେ ଆଜି ଆଣିଲ ନା…! ଏଥର ମୋ ପୁଅ ପାଇଁ ଚିନ୍ତା ଗଲା । ୨୦ ଟଙ୍କା ଲେଖାଏଁ ଗୋଟିଏ ଅଣ୍ଡା ! କି ଯୁଗ !ରଥିଆ କିଛି କହିଲା ନାହିଁ । ଚାଲିଲା ଆଉ ଗୋଟିଏର ସନ୍ଧାନେ ।

ବୁଟ୍
 
ରାୟନ୍ ଏଇ କ୍ରିସମାସ ମେଳାରେ ନୂଆ ଚମଡା ଚପଲ ହଳେ କିଣିଥିଲା । କିନ୍ତୁ ପିନ୍ଧୁ ନଥାଏ । କହୁଥିଲା ନିୟୁ ଇୟର୍ ରେ ପିନ୍ଧିବ । ନିୟୁ ଇୟର ସକାଳେ ପିନ୍ଧି ଭୋଜି କରିବାକୁ ସାଙ୍ଗସାଥି ମେଳେ ବାହାରୁଥିଲା ଦେଖିଲା ତା ଜେଜେ ଅଳ୍ପ ଛିଣ୍ଡା ଚପଲ ହଳେ ମାଡ଼ି ବସି ଗପୁଥାନ୍ତି କାହା ସହ । ରାୟନ୍ ତା ଚପଲ ହଳକ ଜେଜେଙ୍କୁ ଦେଇଦେଲା । କହିଲା ମୋର ଏଇ ଚପଲ ପସନ୍ଦ ହେଉନି । ଜେଜେ କିଛି କହିଲେ ନାହିଁ ।ଭୋଜି ସାରି ରାୟନ୍ ଫେରି ଦେଖିଲା ନୂଆ ବୁଟ୍ ହଳେ ତା ପଢା ଟେବୁଲ ତଳେ ଥୁଆ ହୋଇଛି । ତା ମମ୍ମି ହସିହସି କହିଲେ “ତୋ ଜେଜେ ଆଣିଛନ୍ତି ତୋ ପାଇଁ , ନୂଆ ବର୍ଷ ଗିଫ୍ଟ ।”

କାମ

ରବିନ ଗାଁ ଛକ ଚାହା ଦୋକାନରେ ବସି ବିଡ଼ି ପିଉଥାଏ । ସେବେ ଦଳେ ଟୋକା ବାଇକ୍ ରେ ଗଲାବେଳେ ଚିଲ୍ଲେଇକି ଗଲେ “ହାପ୍ପୀ ନିୟୁ ୟର୍…!” ଟୁକୁନା ଦୋକାନ ଭିତରୁ ଥାଇ ସେ ପିଲାଙ୍କୁ ହସି ହାତ ହଲାଇ ଦେଲା ପରେ କହିଲା “ଆରେ ରବି ! ନୂଆ ବର୍ଷ ଭୋଜି ଚାଲେ ଆଜି କରିବା । କଣ୍ କହୁଚୁ ?”  ରବିନ ଉଠିଲା । ଆଉ କହିଲା “ନାଇଁ ରେ ଭାଇ ! ଆଜି କଚଡ଼ା କେରାଏ ବାଡେଇବାକୁ ଅଛି । ବେପାରୀ ଆସିବ କହିଥିଲା । ଦି ବସ୍ତା ଧାନ ଦେଲେ ସଉଦା ପଇସା ଦେବାକୁ ହବ ।”

✍️ହିମାଂଶୁ ଭୂଷଣ ସାହୁ

new life
You might also like
error: Content is protected !!