News
WhatsApp Image 2023-10-04 at 17.25.00
samparksetu

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରେକୁଳା ଗାଁ ନିକଟରୁ ଆଜି ଅପରାହନ ପ୍ରାୟ ୪ଟା ବେଳକୁ ରାସ୍ତା କଡରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ପଡିଥିବା ଖବର ଲୋକମାନେ ପୋଲିସ କୁ କହିବା ପରେ ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡ଼ିକାଲକୁ ନେବା ସାଙ୍ଗକୁ ଏହାର ଅଧିକ ତଦନ୍ତ ଚଳାଇଛନ୍ତି ।

ମୃତକଙ୍କ ପରିଚୟ ମିଳିନଥିବା କାରଣରୁ ବ୍ୟବଚ୍ଛେଦ ପରେ ମୃତଦେହକୁ ଆସନ୍ତା କାଲି ଢେଙ୍କାନାଳ ଶବ ସରଂକ୍ଷଣ ଗୃହରେ ରଖାଯିବ ।କାମାକ୍ଷାନଗର ଉପଖଣ୍ଡରେ ଶବ ସରଂକ୍ଷଣ ଗୃହ ନଥିବା କାରଣରୁ ଅନେକ ସମୟରେ ହଇରାଣ ହେବାକୁ ପଡୁଛି ପୋଲିସକୁ ।ବେଳେ ବେଳେ ଶବ ଗଳିତ ଅବସ୍ଥାରେ ଥିବାବେଳେ ତାକୁ ଏଠାରୁ ନେଇକି ଢେଙ୍କାନାଳ ରଖିବା କଷ୍ଟସାଧ୍ୟ ହେଉଛି ପୋଲିସ ପାଇଁ ।ତେଣୁ କାମାକ୍ଷାନଗର ରେ ଶବ ସରଂକ୍ଷଣ ଗୃହଟିଏ କରିବାପାଇଁ ସାଧାରଣରେ ଦାବି କରାଯାଉଛି ।

new life
You might also like
error: Content is protected !!