ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବଡ଼ କମର ଗ୍ରାମର ମିଟୁ ରଣାଙ୍କ ପୁତ୍ର ପ୍ରମୋଦ ରଣା (୩୭) ଜଣେ ଦିନ ମଜୁରିଆ ଭାବରେ କାର୍ଯ୍ୟ କରୁଥିଲେ । ତେବେ ଆଜି ଦିନ ୧ଘଟିକାରେ ସେ କାମରୁ ଫେରି ବ୍ରାହ୍ମଣୀ ନଦୀ କୁ ଗାଧୋଇ ବାକୁ ଯାଇ ଆଉ ଫେରି ନଥିଲେ ।
ତେବେ ପରେ ଘର ଲୋକ ଏବଂ ଗ୍ରାମ ବାସୀ ଖୋଜାଖୋଜି ପରେ ତାଙ୍କୁ ନଦୀରେ ଉଦ୍ଧାର କରି ପରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।