News
WhatsApp Image 2023-10-04 at 17.25.00
samparksetu

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ର ଜଣେ ବ୍ୟକ୍ତି ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।ଖବରରୁ ପ୍ରକାଶ ଯେ , ଗତ ୨୫ ଡିସେମ୍ବର ସନ୍ଧ୍ୟାରେ ହିନ୍ଦୋଳ ଏନ ଏ ସି ୧୨ନଂ ୱାର୍ଡର ଶିବ ନାଏକଙ୍କ ପୁତ୍ର ନାଟବର ନାଏକ(୪୭) ନିଜଘର କାନ୍ଦରାଶୁଣିକୁ ଫେରୁଥିବା ବେଳେ ତାଙ୍କ ଦୁଇ ଚକିଆ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ଏଥିରେ ନଟବରଙ୍କ ସହ ଅନ୍ୟଜଣେ ବ୍ୟକ୍ତି ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଆମ୍ବୁଲାନ୍ସ ଯୋଗେ ହିନ୍ଦୋଳ ଡାକ୍ତରଖାନା ଅଣାଯାଇଥିଲା ମାତ୍ର ନଟବର ଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ।ତାଙ୍କୁ ତୁରନ୍ତ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ।

ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଥିବାବେଳେ ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ମୃତ୍ୟୁ ଖବର ମିଳିବା ମାତ୍ରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ମୃତକ ନଟବର ନାଏକ ଜଣେ ଗରିବ ଦିନମଜୁରିଆ ଶ୍ରେଣୀର ବ୍ୟକ୍ତି ହୋଇଥିବା ବେଳେ ତାଙ୍କ ଧର୍ମପତ୍ନୀ ଓ ନାବାଳକ ପିଲାମାନେ ଅସହାୟ ହୋଇପଡିଛନ୍ତି ଏଣୁ ସ୍ବର୍ଗତ ନଟବର ଙ୍କ ଅସହାୟ ପରିବାର ବର୍ଗଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ସ୍ଥାନୀୟ ଜନସାଧାରଣ ପ୍ରଶାସନଙ୍କୁ ଅନୁରୋଧ କରିଛନ୍ତି ।

new life
You might also like
error: Content is protected !!