News
WhatsApp Image 2023-10-04 at 17.25.00
samparksetu

ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳର ବ୍ରାହ୍ମଣୀ ପବ୍ଲିକ୍ ସ୍କୁଲର ଛାତ୍ରୀ ସୁଭଶ୍ରୀ ପଣ୍ଡା ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍‌) କାର୍ଯ୍ୟକ୍ରମରେ ଅନ୍ୟତମ ବିଜେତା ଭାବେ ଘୋଷିତ ହେବା ସହିତ ଢେଙ୍କାନାଳ ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଢେଙ୍କାନାଳ ଜିଲ୍ଲାର ୩୪୭୧ ଜଣ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଢେଙ୍କାନାଳ ଜିଲ୍ଲାରୁ ଚୟନ ହୋଇଥିବା ଶ୍ରେଷ୍ଠ ୨ ଜଣ ବିଦ୍ୟାର୍ଥୀଙ୍କ ମଧ୍ୟରେ ସ୍ଥାନ ପାଇ ଓଡ଼ିଶାର ଶ୍ରେଷ୍ଠ ୬୦ ଜଣ ଫାଇନାଲ୍ ପ୍ରତିଯୋଗୀଙ୍କ ତାଲିକାରେ ନିଜ ନାମ ସାମିଲ କରିପାରିଥିଲେ ।

ଏହାପରେ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ଠାରେ ଆୟୋଜିତ ଫାଇନାଲ ରାଉଣ୍ଡରେ ଓଡ଼ିଶାର ଶ୍ରେଷ୍ଠ ୨୦ ଜଣ ବିଜେତାଙ୍କ ମଧ୍ୟରେ ସ୍ଥାନ ହାସଲ କରିଥିଲେ । ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ କମିଶନର ତଥା ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା ଅନ୍ୟ ବିଜେତାମାନଙ୍କ ସହିତ ସୁଭଶ୍ରୀଙ୍କୁ ସମ୍ମାନିତ କରିଥିଲେ ।

ଗୀତାଞ୍ଜଳି ପଣ୍ଡା ଓ ନାରାୟଣ ପଣ୍ଡାଙ୍କ ଝିଅ ସୁଭଶ୍ରୀ ଏହି ସମ୍ମାନ ପାଇ ବେଶ ଆନନ୍ଦିତ ଅନୁଭବ କରିଛନ୍ତି । ଢେଙ୍କାନାଳ ଜିଲ୍ଲାର କାନପୁରା ପଂଚାୟତ ରାଜ ଉଚ୍ଚ ବିଦ୍ୟାଳୟର ଅନ୍ୟ ଜଣେ ଛାତ୍ରୀ ଲିମରନ୍ ମାଝୀ ମଧ୍ୟ ଫାଇନାଲ୍ ପାଇଁ ମନୋନୀତ ଶ୍ରେଷ୍ଠ ୬୦ ଜଣ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାମିଲ ହୋଇ ଫାଇନାଲ୍ ଦିବସରେ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ l ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭିଡ଼ିଓ ବାର୍ତା ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧନ କରିବା ସହିତ ଶ୍ରେଷ୍ଠ ୨୦ ଜଣ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅତିରିକ୍ତ ସଚିବ ତଥା ଭୁବନେଶ୍ୱରସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ନିର୍ଦ୍ଦେଶିକା ଶ୍ରୀମତି ସଞ୍ଜୁଲତା ବେହେରା, ଭୁବନେଶ୍ୱର ସ୍ଥିତ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଡଃ କରୁଣାକର ନନ୍ଦ, ଟାଟା ଷ୍ଟିଲ କର୍ପୋରେଟ୍ କମ୍ୟୁନିକେସନ୍ସ ବିଭାଗର ମୁଖ୍ୟ ସର୍ବେସ୍ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

୨୦୦୭ ମସିହାରୁ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ ୟାଟସ୍‌ର ଆୟୋଜନ କରାଯାଉଛି । ଚଳିତ ସଂସ୍କରଣରେ
ରାଜ୍ୟରେ ଟାଟା ଷ୍ଟିଲର ଏହି ପ୍ରମୁଖ ବାର୍ଷିକ କାର୍ଯ୍ୟକ୍ରମରେ ଓଡ଼ିଶାର ୩୦ଟି ଜିଲ୍ଲାର ୩୦୦ଟି ବିଦ୍ୟାଳୟରୁ ପ୍ରାୟ ୭୭,୫୦୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । “ବ୍ରହ୍ମାଣ୍ଡ ରହସ୍ୟ ଉନ୍ମୋଚନ କରିବାର ଏବେ ସମୟ” କୁ ଚଳିତ ସଂସ୍କରଣର ବିଷୟବସ୍ତୁ ଭାବେ ନିଆଯାଇଥିଲା । ଏହି ପ୍ରତିଯୋଗିତାର ବିଜେତା ମାନଙ୍କୁ ୨୦୨୩ ମସିହା ମେ ମାସରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ର ଏକ ଅନୁଷ୍ଠାନ ପରିଦର୍ଶନ କରିବାର ସୁଯୋଗ ମିଳିବ, ଯେଉଁଠାରେ ସେମାନେ ମହାକାଶ ବିଜ୍ଞାନ ସମ୍ପର୍କିତ ଜ୍ଞାନ ହାସଲ କରିପାରିବେ ।

ଜ୍ୟୋତିର୍ବିଜ୍ଞାନ ଓ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶାର ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପ୍ରତିଭାର ପ୍ରସାର ଓ ଅନ୍ତରୀକ୍ଷ ବିଜ୍ଞାନକୁଓଡ଼ିଶାର କିମ୍ବଦନ୍ତୀ ପୁରୁଷ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ ଅବଦାନକୁ ଲୋକପ୍ରିୟ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ । ୟାଟସ୍ ୨୦୨୨-୨୩ କାର୍ଯ୍ୟକ୍ରମ ଅନ୍ତର୍ଗତ ୬ଷ୍ଠରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କୁଇଜ୍ ପ୍ରତିଯୋଗିତା ଆୟୋଜିତହୋଇଥିଲା । ଚଳିତ ବର୍ଷ ଉଭୟ ଅଫଲାଇନ୍ ଓ ଅନ୍‌ଲାଇନ୍ ମୋଡ଼ରେ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରବନ୍ଧ ଲିଖନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

new life
You might also like
error: Content is protected !!