News
WhatsApp Image 2023-10-04 at 17.25.00
samparksetu

ବୃଦ୍ଧ ଦମ୍ପତ୍ତିଙ୍କୁ ବନ୍ଧୁକ ଦେଖାଇ ଲୁଟ

ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମରେ ଜନୈକ ବୃଦ୍ଧ ସମ୍ପତ୍ତିଙ୍କୁ କେତେକ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୫ଲକ୍ଷ ଟଙ୍କା ସହ ସୁନାରୂପା ଗହଣା ଲୁଟି ନେଇଥିବାର ଅଭିଯୋଗ ହୋଇଛି ।

ସୂଚନା ଅନୁଯାୟୀ , ପିଙ୍ଗୁଆ ପଞ୍ଚାୟତ ପେଟ୍ରୋଲ ପମ୍ପ ନିକଟରେ ରହୁଥିବା କୃପାସିନ୍ଧୁ ସାହୁ ଏବଂ ତାଙ୍କ ପତ୍ନୀ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଗୁରୁବାର ସନ୍ଧ୍ୟାରେ କେତେକ ଦୁର୍ବୃତ୍ତ ବିଭିନ୍ନ ଆଳ ଦେଖାଇ ତାଙ୍କ ବାସଭବନରେ ପ୍ରବେଶ କରିଥିଲେ ।

ଏହି ଦୁର୍ବୃତ୍ତମାନେ ବୃଦ୍ଧ ଦମ୍ପତ୍ତିଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଆଲମାରି ଭାଙ୍ଗି ତା ମଧ୍ୟରେ ଥିବା ନଗଦ ୫ଲକ୍ଷ ଟଙ୍କା ସହିତ ସୁନା ରୂପା ଲୁଟ କରି ଫେରାର ହୋଇ ଯାଇଛନ୍ତି ।ଖବର ପାଇ ନିହଲପ୍ରସାଦ ଥାନାଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

new life
You might also like
error: Content is protected !!