News
WhatsApp Image 2023-10-04 at 17.25.00
samparksetu

ସ୍ବାଗତ ୨୦୨୩

ଦୁ —
ଦୁଲୁକାଇ ମଞ୍ଚ ଯାଉଛି ଖସି
ଅତୀତ କୋଳକୁ ଧାଏଁ ବାଇଶି
କେତେ ହସ କାନ୍ଦ ଭରି ଦେଇଛି
ସ୍ମୃତି ହେଇ ସବୁ ମନେ ରହିଛି ।

ଇ–
ଇତି ବୃତ୍ତି କଥା ଘଟଣାବଳୀ
ହୃଦୟ କୋଣରେ ହୁଅନ୍ତି ମେଳି
ଯୁଦ୍ଧ ବିଭୀଷିକା କଲା ଜଳକା
ଆଜି ବି ଯାଇନି ଭୟ ଆଶଙ୍କା ।

ହ–
ହଟ ଚହଟାଇ କରୋନା କୀଟ
ଘଡିକେ ମାଡ଼ୁଛି ଯୋଜନେ ବାଟ
ସାରା ବତ୍ସର ସେ ନରମି ଥିଲା
କାହିଁକି କେଜାଣି ଶେଷେ ମାତିଲା ।

ଜା–
ଜାଗରୂକ ହୁଅ ଆରେ ମାନବ
ସମୟ ସ୍ରୋତକୁ କିଏ ବାନ୍ଧିବ !!
ବଦଳେ ସଂସାର ଘଡି କି ଘଡି
ଆଜି ଯେ ମଇତ୍ର କାଲି ବଇରୀ ।

ର–
ରସନା ବାସନା ହୁଡ଼ାନ୍ତି ପଥ
ଇନ୍ଦ୍ରିୟ କବଳେ ଅସ୍ଥିର ଚିତ୍ତ
‘ମୁଁ ‘ ଆଉ ‘ମୋର’ ଏ ଶବ୍ଦ ଦୁଇ
ଅଶାନ୍ତି ପାଇଁକି ମୂଳତଃ ଦାୟୀ ।

ତେ–
ତେଇଶ ମସିହା ଦୁଆରେ ଠିଆ
ତାକୁ କୋଳେଇବ ପୃଥିବୀ ମାଆ
ବାର ମାସ ଆୟୁ ହେବ ମାତର
କିଏ ଜାଣେ କିସ ତାର ବେଭାର ।

ଇ–
ଇନ୍ତୁଡି ଶାଳେ କା ଶୁଭିବ କୁଆଁ
କାହାକୁ ଜାଳିବ ମଶାଣି ନିଆଁ
ରାଜେନ୍ଦ୍ରାସନେ କେ ବସିବ ଯାଇ
କାଳକୂଟ କାରେ ଦେବ ଗଡ଼େଇ ।

ଶ–
ଶାନ୍ତି, ସୁଖ, ପ୍ରେମ, ସଦ୍ ଭାବନା
ନୂତନ ବର୍ଷରେ ଏହି କାମନା
ହେ ଈଶ୍ୱର ଘେନ ଆମ ପ୍ରଣାମ
ଏ ବିଶ୍ୱକୁ କର ସରଗ ସମ ।

✍️ ଡ.ସୌମ୍ୟେନ୍ଦ୍ର ମିଶ୍ର

new life
You might also like
error: Content is protected !!