News
WhatsApp Image 2023-10-04 at 17.25.00
samparksetu

ନକଲି ମଦ ତିଆରି ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳ, ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଜଣେ ଗିରଫ

ନକଲି ମଦ ତିଆରି ଅଭିଯୋଗରେ ଜଣେ ପୋଲିସ କନେଷ୍ଟବଳ, ଜିଲ୍ଲା ପରିଷଦ ସଭ୍ୟଙ୍କ ସମେତ ଜଣେ ଗିରଫ

ନକଲି ମଦ ତିଆରି ବେଳେ ଅବକାରୀ ବିଭାଗର ଚଢ଼ାଉ ୩ ଜଣଙ୍କୁ ଗିରଫ କରିଥିବା ବେଳେ ମଦ ତିଆରି ସାମଗ୍ରୀ ଜବତ  ।  ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ୩ ନମ୍ବର ଜୋନ୍ ବିଜେଡି ଜିଲ୍ଲା ପରିଷଦ ସଦସ୍ୟଙ୍କ ଘରେ ନକଲି ମଦ ତିଆରି କାରଖାନା ବହୁଦିନ ହେବ  ଚାଲିଥିଲା । ତେବେ ଏନେଇ ଖବର ପାଇ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଅବକାରୀ ଅଧ୍ୟକ୍ଷକ ତତ୍ୱାବଧ୍ୟାନରେ ଏକ ସ୍ୱତନ୍ତ୍ର ଟିମ୍ ଆଜି ବଡି ସକାଳୁ ଚଢ଼ାଉ କରିଥିଲେ । ଅଚାନକ ଭାବେ ଚଢ଼ାଉ ହୋଇଥିବାରୁ ଖସି ପାରିନଥିଲେ ଅଭିଯୁକ୍ତ । ତେବେ ଗିରଫ ଙ୍କ ମଧ୍ୟରେ ଅଛନ୍ତି ଯାଜପୁର ଜଙ୍ଗପୁର ରେ କାର୍ଯ୍ୟରତ କନେଷ୍ଟବଳ ସୁଶାନ୍ତ ଦଳେଇ, ଭୁବନ ବ୍ଲକ ୩ ନମ୍ବର ଜୋନ୍ ବିଜେଡି ଜିଲ୍ଲା ପରିଷଦ ସଭ୍ୟ ସୁବାଷ ମାଝୀ ଓ ଭୁବନ ମୃଦଙ୍ଗା ଗାଁର ଅରବିନ୍ଦ ଦାସ ।

ଚଢ଼ାଉ ବେଳେ ୫୧ ଲିଟର ନକଲି ମଦ ସହ ତିଆରି ସାମଗ୍ରୀ, ବୋତଲ ଏବଂ ୨ଟି ଜୀବନ୍ତ ଗୁଳି ଜବତ କରାଯାଇଥିବାର ସୂଚନା ମିଳିଛି । ଅନ୍ୟପଟେ  ଏହି ଘଟଣାରେ କୌଣସି ସମ୍ପୃକ୍ତି ନାହିଁ ରାଜନୈତିକ ରାଗ ରଖି ତାଙ୍କୁ ଫଶାଯାଇଛି ବୋଲି କହିଛନ୍ତି ସୁବାଷ ।

new life
You might also like
error: Content is protected !!