News
WhatsApp Image 2023-10-04 at 17.25.00
samparksetu

ଆସ ବୁଲିଯିବା ସରାଙ୍ଗ ଅନନ୍ତଶୟନ

ଢେଙ୍କାନାଳ ଠାରୁ ୬୭ କିମି ଦୂର ଓ ଅନୁଗୁଳ ଠାରୁ ୨୩ କିମି ତଥା ତାଳଚେର ଠାରୁ ୩ କିମି ଦୂରରେ ସରାଙ୍ଗ ଅବସ୍ଥିତ।ଏହି ସରାଙ୍ଗ ଗ୍ରାମରେ ଐତିହାସିକ ଅନନ୍ତଶାୟୀ ବିଷ୍ଣୁଙ୍କ ପ୍ରତିକୃତି ଅବସ୍ଥିତ । ବ୍ରାହ୍ମଣୀ ନଦୀ କୂଳର ମୁଗୁନି ପଥର ଚଟାଣରେ ପଥରକୁ କଟାଯାଇ ତିଆରି କରାଯାଇଥିବା ପୁରାଣ କଥିତ ଭଗବାନଙ୍କ ବିଷ୍ଣୁଙ୍କ ଅନନ୍ତଶୟନର ଛାପ ଦେଖିବାକୁ ମିଳେ । ବ୍ରାହ୍ମଣୀ ନଦୀଗର୍ଭର ଜଳସ୍ରୋତ ମଧ୍ୟରେ ବୁଡ଼ି ରହିଥିବା ଏହି ଅନନ୍ତ ଶୟନ ରୂପ କାଳକ୍ରମେ ବ୍ରାହ୍ମଣୀ ନଦୀର ଜଳପତ୍ତନ କମିବା ପରେ ଲୋକଲୋଚନକୁ ଆସିଥିଲା ।

ନବମ ଶତାବ୍ଦୀରେ ଭୌମକର ବଂଶର ରାଜତ୍ୱ ସମୟରେ ଏହି ପ୍ରତିକୃତି ଖୋଦେଇ କରାଯାଇଥିଲା । ବିଷ୍ଣୁଙ୍କ ଏହି ପ୍ରତିକୃତିର ଲମ୍ବ ୫୧ଫୁଟ, ଚଉଡା ୨୩ଫୁଟ ଓ ମୋଟେଇ ପ୍ରାୟ ୨ଫୁଟ ୪ଇଞ୍ଚ । ବିଷ୍ଣୁଙ୍କ ଚାରିହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ରହିଥିବା ବେଳେ, ତାଙ୍କ ମସ୍ତକକୁ ଅନନ୍ତ ସର୍ପ ଘେରି ରହିଛି ।

new life
You might also like
error: Content is protected !!