News
WhatsApp Image 2023-10-04 at 17.25.00
samparksetu

ଦେଓଗାଁ ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ମଣ୍ଡି ଶୁଭ ଉଦଘାଟନ

ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ର ଦେଓଗାଁ ପ୍ରାଥମିକ କୃଷି ସମବାୟ ସମିତିରେ ଧାନ ମଣ୍ଡି ଶୁଭ ଉଦଘାଟନ ହୋଇଯାଇଛି । ଚଳିତ ବର୍ଷ ପ୍ରଥମ କରି ଖୋଲାଯାଇଥିବା ଧାନ ମଣ୍ଡି ରେ ୧୧ ଜଣ ଚାଷୀକୁ ଧାନ ବିକ୍ରି କରିବାରେ ସୁଯୋଗ ଦିଆଯାଇଥିଲା ।

ଏହି ଧାନ ମଣ୍ଡି କୁ ଶୁଭ ଉଦଘାଟନ କରିଥିଲେ ଗଁଦିଆ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଆଶିଷ ରଞ୍ଜନ ସାହୁ, ଏବଂ ମୁଖ୍ୟ ଅତିଥି ଭାବେ ଅନୁଗୁଳ ସଂଯୁକ୍ତ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ଶ୍ରୀ ପ୍ରତାପ ଚନ୍ଦ୍ର ମଲିକ୍ , ଅନୁଗୁଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଗନ୍ଦିଆ ଶାଖା ପରିଚାଳକ ଶ୍ରୀ ସିଦ୍ଧପ୍ରଜ୍ଞ ନାୟକ ଓ ସମ୍ନାନିତ ଅତିଥୀ ଭାବେ ଦେଓଗାଁ ସରପଞ୍ଚ ଶ୍ରୀ ବିଜୟ କୁମାର ଦେହୁରୀ , ଦେଓଗାଁ ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ଶ୍ରୀ ହିମାଂଶୁ ମହାପାତ୍ର , ସମ୍ପାଦକ ଶ୍ରୀ ରାଜେଶ କୁମାର ବାରିକ , ଦେଓଗାଁ ର ପୂର୍ବତନ ସରପଞ୍ଚ ଶ୍ରୀ ଗୋବିନ୍ଦ ପତି , ସମିତିର ପୂର୍ବତନ ସଭାପତି ଶ୍ରୀ ବିଶ୍ୱଜିତି ପତିଙ୍କ ସମେତ ଦେଓଗାଁ ପ୍ରାଥମିକ କୃଷି ସମବାୟ ସମିତିର ଅଧୀନରେ ଥିବା ଚାଷୀ ମାନେ ଉପସ୍ଥିତ ରହି ଧାନ ମଣ୍ଡି କୁ ସୂଚାର ସୁପେ ପରିଚାଳିତ କରିବାରେ ସହଯୋଗ କରିଥିଲେ ।

new life
You might also like
error: Content is protected !!